Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

PUBG ରିଟର୍ଣ୍ଣ ! ଦୀପାବଳିରେ ପୁଣି ଭାରତକୁ ଫେରିପାରେ ପବ୍‌ଜୀ ମୋବାଇଲ୍‌

6/11/2020 at 5:11 PM

ନୂଆଦିଲ୍ଲୀ ୬/୧୧: ନିକଟରେ ଚୀନ କମ୍ପାନୀ ଟେନ୍‌ସେଣ୍ଟ ଭାରତରେ ନିଜର PUBG ମୋବାଇଲ୍‌ ସର୍ଭର ସଟଡାଉନ୍‌ କରିଛି। ପବଜୀ ମୋବାଇଲ୍‌ ବହୁ ଦିନରୁ ବ୍ୟାନ୍‌ ହୋଇଥିଲେ ହେଁ ସର୍ଭର ଚାଲୁ ରହିଥିଲା। ଏବେ ଏହା ସମ୍ପୂର୍ଣ୍ଣ ଭାବେ ଭାରତରେ ବନ୍ଦ ହୋଇଯାଇଛି।

ପବ୍‌ଜୀ ମୋବାଇଲ ଭାରତରେ ପୁଣିଥରେ ଫେରିପା​‌ରେ ବୋଲି ସୂଚନା ମିଳିଛି। ଟେକ୍‌ କ୍ରଞ୍ଚ ଅନୁସାରେ ଦୁଇଟି ସୂତ୍ରରୁ ମିଳିଥିବା ରିପୋର୍ଟ କହୁଛି ଭାରତୀୟ ବଜାରକୁ ଖୁବଶୀଘ୍ର ଫେରିପାରେ ପବଜୀ ଆପ୍‌।

ରିପୋର୍ଟ ଅନୁସାରେ ପବ୍‌ଜୀ ମୋବାଇଲ୍‌ର ପ୍ୟାରେଣ୍ଟ ସାଉଥ୍‌ କୋରିଆ କମ୍ପାନୀ  ଏବେ ଗ୍ଲୋବାଲ୍‌ କ୍ଲାଉଡ୍‌ ସର୍ଭିସ୍‌ ପ୍ରୋଭାଇଡର୍ସ ସହ ଆଲୋଚନା କରୁଛି। ଭାରତୀୟ ୟୁଜରଙ୍କ ଡାଟା ଲୋକାଲି ଷ୍ଟୋର ପାଇଁ କମ୍ପାନୀ କଥା ହେଉଥିବା ବେଳେ କେଉଁ କମ୍ପାନୀ ସହାୟତାରେ ପବଜୀ ମୋବାଇଲ୍‌ ରିଟର୍ଣ୍ଣ କରିବ ସେନେଇ କିଛି ତଥ୍ୟ ମିଳିପାରି ନାହିଁ।

ସେପଟେ ଭାରତର ହାଇ ​‌ପ୍ରୋଫାଇଲ୍‌ ଷ୍ଟିମର୍ସଙ୍କୁ ସଜାଗ ରହିବାକୁ କୁହାଯାଇଥିବା ଜଣାପଡ଼ିଛି। ଚଳିତ ବର୍ଷ ଶେଷ ସୁଦ୍ଧା ପବଜୀ ମୋବାଇଲ୍‌ ଫେରିବ ବୋଲି ମଧ୍ୟ ସେମାନଙ୍କୁ କୁହାଯାଇଛି। ଏହାସହ ପବଜୀ କର୍ପୋରେସନ୍‌ ପକ୍ଷରୁ ଯଦିଓ କିଛି ସୂଚନା ମିଳିନାହିଁ କିନ୍ତୁ ମିଳିଥିବା ସୂଚନା ଅନୁସାରେ ଏନେଇ ଦୀପାବଳି ବେଳକୁ  କିଛି ଘୋଷଣା କରାଯାଇପାରେ ।

ତେବେ ପବଜୀ ମୋବାଇଲ୍‌ର ପ୍ୟାରେଣ୍ଟ କମ୍ପାନୀ ସାଉଥ୍‌ କୋରିଆର ବ୍ଲୁହୋଲ୍‌ ଏବେ କ୍ରାଫ୍ଟନ୍‌ ନାଁରେ ପରିଚିତ। ଭାରତରେ ଚୀନ ଆପ୍‌ ବ୍ୟାନ ହେବା ପରେ ଟେନ୍‌ସେଣ୍ଟ ସହ ଚୁକ୍ତି ବାତିଲ କରିଛି କ୍ରାଫ୍ଟନ୍‌।

ଅନ୍ୟ ଦେଶରେ ଟେନସେଣ୍ଟ ସହ ପବଜୀ କର୍ପୋରେସନ୍‌ର ପାର୍ଟନରସିପ୍‌ ଥିବା ବେଳେ ଏବେ ଏୟାରଟେଲ୍‌ ବା ପେଟିଏମ୍‌ ସହ ପାର୍ଟନରସିପ୍‌ ଜରିଆରେ ଭାରତ ପ୍ରବେଶ କରିବ ବୋଲି ଚର୍ଚ୍ଚା ହେଉଥିଲା। ତେବେ ପବଜୀ ମୋବାଇଲ୍‌ ଭାରତକୁ ରିଟର୍ଣ୍ଣ କରିବାକୁ ଯୋଜନା କରୁଥିବା ବେଳେ କେଉଁ କମ୍ପାନୀକୁ ନିଜର ପାର୍ଟନର କରିବ ତାହା ଜଣାପଡ଼ିନାହିଁ।

   Related Posts