Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଛାନିଆରେ PUBG : ବ୍ୟାନ୍ ଭୟରେ ବଦଳାଇଲା ୟୁଜର୍ସ ପ୍ରାଇଭେସି ପଲିସୀ

30/07/2020 at 1:32 PM

ନୂଆଦିଲ୍ଲୀ ୩୦/୦୭ : PUBG ଗେମ ଭାରତରୁ ବ୍ୟାନ ହେବାରୁ ବଞ୍ଚିବା ପାଇଁ ୟୁଜର୍ସଙ୍କ ଗୋପନୀୟତା ନୀତି ଅପଡେଟ କରିଛି | ଭାରତରେ ଚାଇନିଜ ଆପ ବ୍ୟାନ ହେବାପରେ PUBG ଏହିଭଳି ପଦକ୍ଷେପ ନେଇଛି | ନିକଟରେ PUBG ଏକ ନୋଟିଫିକେସନ ଜରିଆରେ ଏହା ସ୍ପଷ୍ଟ କରିଛି | ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ କିଭଳି ପ୍ରୋସେସ କରାଯାଇଥାଏ ତା ସମ୍ପର୍କରେ ପାରଦର୍ଶିତା ପ୍ରଦାନ କରିବାକୁ ଗୋପନୀୟତା ନୀତି ପରିବର୍ତ୍ତନ କରାଯାଇଛି | ଭାରତରେ ୫୯ ଚାଇନିଜ ଆପ ବ୍ୟାନ ହେବାପରେ ଅପଡେଟ କରାଯାଇଛି |

ଚଳିତ ସପ୍ତାହ ଆରମ୍ଭରେ ଆଇଟି ମନ୍ତ୍ରାଳୟ ଏକ ଆଦେଶ ଜାରି କରି କହିଥିଲେ ଯେ ଆଉ ୪୭ ଚାଇନା ଆପ ବ୍ୟାନ କରାଯିବ | କାରଣ ଏହିସବୁ ଆପ ବ୍ୟାନ ହୋଇଥିବା ଆପର କ୍ଲୋନ୍‌ | ଆହୁରି କୁହାଯାଇଥିଲା ଯେ ଆଉ ୨୫୦ ଏମିତି ଆପ ରହିଛି ଯାହା ଗୋପନୀୟତା ଓ ରାଷ୍ଟ୍ରୀୟ ସୁରକ୍ଷା ନିୟମ ଉଲଂଘନ କରିଛନ୍ତି | ଏହି ୨୫୦ ଆପ ମଧ୍ୟରେ PUBG ମଧ୍ୟ ସାମିଲ ରହିଛି |

PUBG ମୋବାଇଲ ଇଣ୍ଡିଆ ନିଜର ଅଫିସିଆଲ ଡିସାର୍ଡ ଚାନେଲରେ ଗୋପନୀୟତା ନୀତି ପରିବର୍ତ୍ତନର କାରଣ ସ୍ପଷ୍ଟ କରିଛି | କିଛି ପ୍ରଶ୍ନର ଜବାବରେ PUBG କହିଛି ଯେ, ଆମେ ମଝି ମଝିରେ ୟୁଜର୍ସଙ୍କ ପ୍ରାଇଭେସି ପଲିସୀ ଅପଡେଟ କରିଥାଉ | ୟୁଜର୍ସଙ୍କ ପ୍ରାଇଭେସି ପଲିସୀକୁ ସହଜରେ ବୁଝିବା ପାଇଁ ଏହି ଅପଡେଟ କରାଯାଇଥାଏ |

PUBG ମୋବାଇଲ କହିଛି ଯେ ସେମାନଙ୍କ ପାଖରେ କିଭଳି ଡାଟା ରହିଛି ଏବଂ ସେମାନଙ୍କୁ ଏହାର ଆବଶ୍ୟକତା କାହିଁକି ରହିଛି | ଗେମରେ ସାଇନ-ଇନ କରିବା ପାଇଁ ଆପଣଙ୍କୁ ସୋସିଆଲ ମିଡ଼ିଆ କିମ୍ବା ଗୁଗଲ ଆକାଉଣ୍ଟ ଆବଶ୍ୟକ ହୋଇଥାଏ | ଯେତେବେଳେ ୟୁଜର୍ସ ଗେମ ସର୍ଭିସେସ, ଯେପରିକି ୟୁଜର୍ସଙ୍କ ଓପନ ଆଇଡି, ଆଇପି ଆଡ୍ରେସ, ଡିଭାଇସ ସମ୍ବନ୍ଧୀୟ ତଥ୍ୟ (ଆପ୍ଲିକେସନ ସଂସ୍କରଣ, ବ୍ୟାଟେରୀ) ଉପଯୋଗ କରିଥାନ୍ତି, କମ୍ପାନୀ ୟୁଜର୍ସଙ୍କ କିଛି ଡାଟା ନିଜ ପାଖରେ ଷ୍ଟୋର କରିଦେଇଥାଏ |

PUBG ମୋବାଇଲର ପ୍ରାଇଭେସି ପଲିସୀ ଦର୍ଶାଇଥାଏ ଯେ କମ୍ପାନୀ ସର୍ଭର ଭାରତରେ ମଧ୍ୟ ରହିଛି ଏବଂ ଭାରତୀୟ ୟୁଜର୍ସଙ୍କ ଡାଟା ସେଠାକାର ସର୍ଭରରେ ଷ୍ଟୋର ହୋଇଯାଇଥାଏ | ଏହାର ସର୍ଭର ଚୀନରେ ମଧ୍ୟ ରହିଛି | କମ୍ପାନୀ କିଛି ୟୁଜର୍ସ ଡାଟା ଆମେରିକା ଓ ସିଙ୍ଗାପୁର ସର୍ଭରରେ ମଧ୍ୟ ଷ୍ଟୋର କରିଥାଏ |

   Related Posts