Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ପବଜୀ ଖେଳୁଥିବାବେଳେ ପାଣି ବଦଳରେ ଏସିଡ ପିଇଦେଲେ ଯୁବକ

7/03/2019 at 5:51 PM

ନୂଆଦିଲ୍ଲୀ ୭/୩: ସମଗ୍ର ଦେଶରେ ଅନଲାଇନରେ ଖେଳାଯାଉଥିବା ଲୋକପ୍ରିୟ ଅନଲାଇନ୍ ମଲଟିପ୍ଲେୟାର ଗେମ୍ ପବଜୀ ଅନେକ ଦିନ ହେଲା ଚର୍ଚ୍ଚାରେ ରହିଛି। ଭାରତରେ ଏହି ଗେମ୍ ଖେଳିବା କାରଣରୁ ଅନେକ ଯୁବକ ଯୁବତୀଙ୍କ ଜୀବନ ଯାଇଛି। ଜାମ୍ମୁ କାଶ୍ମୀର ସରକାର ଏହି ଗେମ୍ ଉପରେ ରୋକ ଲଗାଇଛନ୍ତି। ନିକଟରେ ଏହିପରି ଏକ ମାମଲା ସାମନାକୁ ଆସିଛି ଯେଉଁଥିରେ ପବଜୀ ନିଶାରେ ଜଣେ ଯୁବକ ମରଣ ମୁହଁରୁ ବଞ୍ଚିଛନ୍ତି। ଏହି ଘଟଣା ଘଟିଛି ମଧ୍ୟପ୍ରଦେଶର ଛିନ୍ଦଓ୍ବାଡ଼ା ଜିଲ୍ଲାରେ। ଏଠାରେ ୨୫ବର୍ଷର ଜଣେ ଯୁବକ ପବଜୀ ଖେଳୁ ଖେଳୁ ପାଣି ପରିବର୍ତ୍ତେ ଏସିଡ ପିଇ ଦେଇଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ଗଳା ସର୍ଜରୀ ହେବା ପରେ ଯୁବକଙ୍କ ଜୀବନ ବଞ୍ଚିଥିଲା।

ଯୁବକଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବାନୁସାରେ ଯୁବକ ଜଣକ ପବଜୀ ନିଶାରେ ଏତେ ମାତ୍ରାରେ ଚୁର ହୋଇଥିଲେ ଯେ ହସ୍ପିଟାଲରେ ଚିକିତ୍ସା ଚାଲିଥିବାବେଳେ ମଧ୍ୟ ସେ ପବଜୀ ଖେଳୁଥିଲେ। ଏହାପରେ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିଯାଇଥିଲା। ଡାକ୍ତରଙ୍କ ପରାମର୍ଶରେ ଯୁବକଙ୍କୁ ନାଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନାଗପୁରରେ ମଧ୍ୟ ଯୁବକଙ୍କ ସ୍ବାସ୍ଥ୍ୟରେ ଉନ୍ନତି ନହେବାରୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। କିଛି ଦିନ ମଧ୍ୟରେ ଯୁବକଙ୍କ ଓଜନ ୫ରୁ ୬କିଲୋ କମିଯାଇଥିଲା।

ଏହା ପ୍ରଥମ ମାମଲା ନୁହେଁ,ପବଜୀ ନିଶା ପାଇଁ ଆହୁରି ଅନେକ ଦୁର୍ଘଟଣା ସାମନାକୁ ଆସିଛି। ଏହି ଗେମ୍ ପାଇଁ ମୁମ୍ବାଇର ଜଣେ ୧୮ବର୍ଷ ବୟସ୍କ ଯୁବକ ଆତ୍ମହତ୍ୟା କରିଥିଲେ। ଯୁବକଙ୍କ ମାଆ ବାପା ଏହି ଗେମ୍ ଖେଳିବା ପାଇଁ ନୂଆ ସ୍ମାର୍ଟଫୋନ୍ କିଣିବାକୁ ମନା କରିବାରୁ ଯୁବକ ଜଣକ ଆତ୍ମହତ୍ୟା କରିଥିଲେ। କେତେକ ସ୍କୁଲରେ ଏହି ଗେମକୁ ବ୍ୟାନ୍ କରି ଦିଆଯାଇଛି।

   Related Posts