'ଯାହାକୁ ସାହାଯ୍ୟ କରିଥିଲି, ସେମାନେ ପର କରିଦେଲେ', ମାଆଙ୍କୁ ଏମିତି କହି ଲୁଗା ବାନ୍ଧି ଝୁଲିପଡିଲେ ପବ୍ ଡ୍ୟାନ୍ସର...

Published By : Prameya-News7 Bureau | April 05, 2021 IST

ଚନ୍ଦ୍ରଶେଖରପୁର,୦୫/୦୪: ରାଜଧାନୀ ନୀଳାଦ୍ରିବିହାର ଆଦର୍ଶ ବସ୍ତିରେ ଜଣେ ପବ୍‌ ଡ୍ୟାନ୍ସର ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ପବ୍ ଡ୍ୟାନ୍ସର ହେଲେ  ଜଗନ୍ନାଥ ମଲ୍ଲିକ (୨୨)। ସକାଳେ ସେ ଖାଇସାରି ଘର ଓରାରେ ଫାସି ଲଗାଇ ଝୁଲି ପଡିଥିଲେ । ପୋଲିସ ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଜଗନ୍ନାଥ ମାଟ୍ରିକ୍‌ ପାସ ପରେ ଅର୍ଥାଭାବରୁ ଆଉ ପାଠ ପଢି ପାରିନଥିଲେ । ବଡ ଭାଇଙ୍କ ସହ ରଙ୍ଗ କାମ କରୁଥିଲେ । ସମୟ ମିଳିଲେ ପବ୍‌କୁ ଡ୍ୟାନ୍ସ କରିବାକୁ ଯାଉଥିଲେ । ରବିବାର ସକାଳେ ସେ ତାଙ୍କ ମାଙ୍କୁ  ଯେଉଁମାନଙ୍କୁ ସବୁ ସାହଯ୍ୟ କରିଥିଲେ ସେମାନେ ତାଙ୍କୁ ପର କରିଦେଇଥିବା କଗିଥିଲେ । ଏପରିକି ଭଲ ଲାଗୁନଥିବା ମଧ୍ୟ କହଥିଲେ । ଏହାପରେ ମା ତାଙ୍କୁ ବୁଝାଇଥିଲେ ।

ତେବେ ଜଗନ୍ନାଥ ଖାଇ ଦେଇ ଅନ୍ୟ ଏକ ରୁମକୁ ଯାଇ ଆଜବେଷ୍ଟସ ଓରାରେ ଲୁଗା ବାନ୍ଧି ଝୁଲି ପଡିଥିଲେ । ଜଗନ୍ନାଥଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ତାଙ୍କ ମା ଲୋକଙ୍କୁ ଡାକ ପକାଇଥିଲେ । ପଡ଼ୋଶୀ ଆସି ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.