‘ତମେ ଭାରି ଠକ, ସାତ ଜନ୍ମ ସାଙ୍ଗରେ ରହିବ ବୋଲି କଥା ଦେଇଥିଲ, ବର୍ଷେ ନପୁରୁଣୁ ଛାଡି ଚାଲିଗଲା’: ସ୍ବାମୀଙ୍କ ମୃତ୍ୟୁ ପରେ ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ
21/12/2020 at 8:54 PM

ଗଞ୍ଜାମ୨୧/୧୨: ଘର ପୁରା ଅନ୍ଧାର। ସମସ୍ତଙ୍କୁ ଛାଡି ଚାଲିଗଲା ଘରର ରୋଜଗାରିଆ ଭେଣ୍ଡିଆ ପୁଅ। କାନ୍ଦି କାନ୍ଦି ବୃଦ୍ଧ ବାପ-ମାଆ ୨ ଜଣଙ୍କ ଆଖିରୁ ଲୁହ ଶୁଖିଗଲାଣି। ସ୍ବାମୀଙ୍କ ମୃତ୍ୟୁ ପରେ କୋହ ସମ୍ଭାଳି ପାରୁନି ସ୍ତ୍ରୀ। ସାତ ଜନ୍ମ ପାଇଁ କଥା ଦେଇ ବର୍ଷେ ନପୁରୁଣୁ ହାତ ଛାଡି ଦେଲେ। ଭେଣ୍ଡିଆ ପୁଅକୁ ହରାଇ ପରିବାର ଦୁଃଖରେ ଭାଙ୍ଗି ପଡିଛି।

ଗତକାଲି ସିକିମ ନାଥୁଲା ସେକ୍ଟରରେ ଚାରି ଜଣ ଯବାନ ସହ ଜଣେ ଆଠ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା। ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ ପାଟଣାର ଯଜ୍ଞ ନାରାୟଣ କର ଥିଲେ। ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଆଠଗଡ଼ପାଟଣାର ଯଜ୍ଞ ନାରାୟଣ କରଙ୍କ ମୃତ୍ୟୁ ଖବର ପ୍ରଥମେ ତାଙ୍କ ସ୍ତ୍ରୀ ପାଇଥିଲେ। ତମେ ଭାରି ଠକ, ସାତ ଜନ୍ମକୁ କଥା ଦେଇ ବର୍ଷେ ନପୁରୁଣୁ ଛାଡି ଚାଲିଗଲ, ଏମିତି କହି କହି ସ୍ତ୍ରୀ ମଧ୍ୟ ବାହୁନି ବାହୁନି କାନ୍ଦୁଛନ୍ତି।

ଗତ ବର୍ଷ ଯଜ୍ଞ ବାହା ହୋଇ ଥିଲେ। ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ମା, ବାପା ବାହୁନି ବାହୁନି କାନ୍ଦୁଛନ୍ତି l ଏପଟେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗତକାଲି ଦିନ ପାଖାପାଖି ସାଢ଼େ ୯ଟା ବେଳେ ଆର୍ମିଗାଡିରେ ଚାରିଜଣ ଯବାନ ସହ ଜଣେ ଆଠବର୍ଷର ଶିଶୁ ଯାଉଥିଲେ। ଏହି ସମୟରେ ବରଫରେ ଗାଡିଟି ପ୍ରାୟ ୮୦୦ ଫୁଟ୍ ତଳକୁ ଖସି ଯାଇଥିଲା | ଘଟଣା ଘଟିବା ପରେ ଆର୍ମି ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ହୋଇଥିଲା। ଦୀର୍ଘ ୩ ଘଣ୍ଟାର ଅପରେସନ ପରେ ପାଞ୍ଚ ଜଣଙ୍କ ଉଦ୍ଧାର କରି ଆର୍ମି ହସ୍ପିଟାଲକୁ ନିଆଯାଇଥିଲା।