Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

କୋରାପୁଟ: ପୁଅ-ଝିଅକୁ ଜଣ ଜଣ କରି ଟ୍ରେନ୍‌ ଲାଇନ୍‌ରେ ମାରିଲା ବାପା, ଶେଷରେ ନିଜ କଲା ଆତ୍ମହତ୍ୟା

26/10/2020 at 8:13 PM

ଲକ୍ଷ୍ମୀପୁର୨୬/୧୦: ପାରିବାରିକ କଳହର କରୁଣ ପରିଣତି। ନୃସଂଶତାର ସବୁ ସୀମା ପାର କଲା ସଇତାନ ବାପା। ଗୋଟି ଗୋଟି କରି ନିଜ ୨ ନାବାଳକ ପୁଅ ଓ ଝିଅକୁ ଚଳନ୍ତା ଟ୍ରେନ ଉପରକୁ ଫିଙ୍ଗି ମାରିବା ପରେ ଶେଷରେ ନିଜେ ବି ଟ୍ରେନ ଲାଇନକୁ ଡେଇଁ ଆତ୍ମହତ୍ୟା କରିଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ସିଙ୍ଗାରାମ ଷ୍ଟେସନରେ ଏମିତି ଘଟଣା ଘଟିଛି। ନୃସଂଶତାର ସବୁ ସୀମା ସରହଦ ପାର ଜନ୍ମକଲା ଦେଇଥିବା ବାପା। ଭୁଲିଗଲା ହୀତାହିତ ଜ୍ଞାନ। ରକ୍ତ ପୀପାଷୁ ବାପା ଆତ୍ମହତ୍ୟା କରିବା ପୂର୍ବରୁ ନିଜ ଜନ୍ମ କଲା ପୁଅ ଝିଅଙ୍କ ଏମିତି ମୃତ୍ୟୁ।

ମୃତକ ହେଲେ ୪୦ ବର୍ଷୀୟ କେଶବ ସୁବୁଦ୍ଧି ଓ ତାଙ୍କ ୧୨ ବର୍ଷର ଝିଅ ଶ୍ରୀୟା ସୁବୁଦ୍ଧି ଓ ୭ ବର୍ଷର ପୁଅ ସିଦ୍ଧୁ ସୁବୁଦ୍ଧି।ପାରିବାରିକ କଳହରୁ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ପୁଅ ଝିଅଙ୍କୁ ପ୍ରଥମେ ଏପରି ନୃସଂଶ ଭାବେ ହତ୍ୟା କରିଛି ଏହି ଜହ୍ଲାଦ ବାପା। ଆଜି ସକାଳୁ ସକାଳୁ ନିକଟସ୍ଥ ନଦୀକୁ ବୁଲାଇ ନେବା ବାହାନାରେ ରେଳ ଷ୍ଟେସନକୁ ଆଣି ପ୍ରଥମେ ଚଳନ୍ତା ମାଲ ଗାଡି ମଧ୍ୟକୁ ୭ ବର୍ଷୀୟ ପୁଅକୁ ଫିଙ୍ଗି ହତ୍ୟା କରିଥିଲା ଏହି ନୃସଂଶ ଜହ୍ଲାଦ ବାପା। ଆଉ ଏହା ଦେଖିବା ପରେ ଝିଅ ଭୟରେ ଧାଇଁ ଥିଲେ ବି ତାକୁ ବି ଛାଡି ନଥିଲା। ଏହି ସଇତାନ ଜହ୍ଲାଦ ବାପା। ଝିଅକୁ ବି ଚଳନ୍ତା ଟ୍ରେନ ଉପରକୁ ଫିଙ୍ଗିବା  ପରେ ନିଜେ ବି ସେହି ଟ୍ରେନ ଲାଇନକୁ ଡେଇଁ ଶେଷରେ ଆତ୍ମହତ୍ୟା କରିଛି କେଶବ।

ମୃତ କେଶବଙ୍କ ଘର ଦଶମନ୍ତପୁର ବ୍ଳକର ଚିକାମ ଗ୍ରାମରେ। କିନ୍ତୁ ଦୀର୍ଘ ବର୍ଷ ହେବ ସେ ରାୟଗଡା ଜିଲ୍ଲା କାଶୀପୁର ବ୍ଳକର ପୋଡାପାଡିରେ ରହୁଥିଲେ। ଏକ ଘରୋଇ କମ୍ପାନୀରେ ସେ କାମ କରିବା ସହ ବ୍ୟବସାୟ ବି କରୁଥିଲେ। ଘରେ ଦୁଇ ପିଲା ଓ ସ୍ତ୍ରୀଙ୍କ ସହ ବାପା ଓ ଭାଇ ବି ରହୁଛନ୍ତି। ପାରିବାରିକ କଳହରୁ ଏପରି ଚରମ ନିଷ୍ପତ୍ତି କେଶବ ନେଇଥିବା  ସାଧାରଣରେ ଆଲୋଚନା ହେଉଥିଲେ ବି ପରିବାର ଲୋକ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି। ତେବେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ନା ପରିବାରର ମଧ୍ୟରେ ଅନ୍ୟ କୌଣସି କାରଣରୁ ନେଇ ଝଗଡା ତାହା ବି ସ୍ପଷ୍ଟ ହୋଇ ପାରିନି। ଲକ୍ଷ୍ମୀପୁର ଓ ଆରପିଏଫ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

ତେବେ ଏହି ଘଟଣା ପଛରେ କଣ ରହିଛି କାରଣ ।ପାରିବାରିକ କଳହ ନା ଆଉ କିଛି, ତାହା ତ ତଦନ୍ତ ପରେ ସ୍ପଷ୍ଟ ହେବ।କିନ୍ତୁ ଯେପରି ଭାବେ ନିଜେ ଆତ୍ମହତ୍ୟା କରିବା ପୂର୍ବରୁ ନିଜ କୋମଳମତି ପୁଅ ଝିଅକୁ ଅତି ନିର୍ମମ ଭାବେ ଚଳନ୍ତା ଟ୍ରେନ ମଧ୍ୟକୁ ଫିଙ୍ଗି ହତ୍ୟା କଲା ତାକୁ ଯେତେ ନିନ୍ଦା କଲେ ବି କମ ହେବ।

   Related Posts