Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

PTV ସହ ପଙ୍ଗା ନେବା ସୋଏବ ଅଖତାରଙ୍କୁ ପଡିଲା ମହଙ୍ଗା, ୧୦କୋଟି ଟଙ୍କାର ମାନହାନୀ ନୋଟିସ ଜାରିକଲା ଟିଭି

8/11/2021 at 6:11 PM

ନୂଆଦିଲ୍ଲୀ ୦୮/୧୧ : ପାକିସ୍ତାନୀ ଟିଭି ଚ୍ୟାନେଲ ପିଟିଭି ସହ ବିବାଦ ପରେ ଏବେ ପୂର୍ବତନ ପାକିସ୍ତାନୀ କ୍ରିକେଟର ସୋଏବ ଅଖତାରଙ୍କ ଅଡୁଆ ବଢିବାରେ ଲାଗିଛି । ଲାଇଭ ସୋ’ ରେ ବେଇଜ୍ଜତ କରିବା ପରେ ଏ​‌ବେ ଟିଭି ପକ୍ଷରୁ ସୋଏବ ଅଖତାରଙ୍କୁ ୧୦ କୋଟି ଟଙ୍କାର ମାନହାନୀ ନୋଟିସ ଜାରି କରାଯାଇଛି । ଏକ୍ସପ୍ରେସ ଟ୍ରିବ୍ୟୁନ୍‌ର ରିପୋର୍ଟ ଅନୁସାରେ, ଅକ୍ଟୋବର ୨୪ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଟି ୨୦ ମ୍ୟାଚ ପୂର୍ବରୁ ଦୁବାଇ​ରେ ଏକ ଭାରତୀୟ ଟିଭି ଚ୍ୟାନେଲରେ ଅତିଥି ଭାବେ ପହଞ୍ଚିଥିଲେ । ସେଠାରେ ଲାଇଭ ଚାଲିଥିବା ବେଳେ ପିଟିଭିରୁ ଇସ୍ତଫା ଦେବାନେଇ ଘୋଷଣା କରିଥିଲେ ଅଖତାର । ଯାହାକି ନା କେବଳ ଉଭୟଙ୍କ ମଧ୍ୟରେ ହୋଇଥିବା ଏଗ୍ରିମେଣ୍ଟର ଉଲ୍ଲଂଘନ ବରଂ ଚ୍ୟାନେଲର ବିପୁଳ କ୍ଷତିର କାରଣ ।

‘ରାୱଲପିଣ୍ଡି ଏକ୍ସପ୍ରେସ’ ଭାବରେ ଜଣାଶୁଣା ଅଖତାରଙ୍କୁ ପଠାଯାଇଥିବା ନୋଟିସରେ ପିଟିଭି କହିଛି ଯେ, ‘ଚୁକ୍ତିନାମାର ଧାରା-୨୨ ଅନୁଯାୟୀ ଉଭୟ ପକ୍ଷରୁ ତିନି ମାସର ଲିଖିତ ନୋଟିସ କିମ୍ବା ଆର୍ଥିକ ନେଣଦେଣ ହିସାବ ପରେ ଯାଇ ଚୁକ୍ତିନାମାକୁ ରଦ୍ଦ କରିବାର ଅଧିକାର ପାଇବେ। କିନ୍ତୁ ଶୋଏବ ଅଖତାର ତାହା ନକରି ଗତ ଅକ୍ଟୋବର ୨୬ ତାରିଖରେ ଅନ୍‌ ଏୟାର ଇସ୍ତଫା ଦେଇଦେଇଥିଲେ ।  ଏହି କାରଣରୁ PTV ବିପୁଳ ଆର୍ଥିକ କ୍ଷତି ସହିଛି । ଏହା ସହିତ ବିନା କୌଣସି ସୂଚନା ଦେଇ ଅଖତାର ଦୁବାଇରୁ ଚାଲିଯାଇଥିଲେ ।  ଏହା ପରେ ସେ ଭାରତୀୟ କ୍ରିକେଟର ହରଭଜନ ସିଂଙ୍କ ସହ ଏକ ଭାରତୀୟ ଟିଭି ସୋ’ରେ ଲାଇଭ୍ ଆଲୋଚନା କରୁଥିଲେ । ଏଥିଯୋଗୁଁ ମଧ୍ୟ PTV ର କ୍ଷତି ଘଟିଲା’ । କ୍ଷତିପୂରଣ ବାବଦକୁ ସୋଏବ ଅଖତାରଙ୍କୁ ୧୦ କୋଟି ଟଙ୍କାର ଲିଗାଲ୍ ନୋଟିସ ପଠାଇଛି ପିଟିଭି ।

ସୂଚନାଯୋଗ୍ୟ, ଟି ୨୦ ବିଶ୍ବକପ ଜାରି ରହିଥିବା ବେଳେ ପିଟିଭିର ଏକ ସ୍ପୋର୍ଟସ୍‌ ଡିବେଟ୍‌ରେ ଭାଗ ନେଇଥିଲେ ସୋଏବ ଅଖତାର । ଏହି ଡିବେଟ୍‌ରେ ଆଙ୍କର ଥି​‌ଲେ ନୌମାନ୍‌ ନିୟାଜ । ସୋ ଜାରି ରହିଥିବା ବେଳେ, ଆଙ୍କର ଏମିତି କିଛି କହିଦେଇଥିଲେ ଯେଉଁଥି ପାଇଁ ଅଖତାର ଲାଇଭ ଡିବେଟ୍‌ରେ ହିଁ ଇସ୍ତଫା ଦେଇଦେଇଥିଲେ । ଅବଶ୍ୟ ପରେ ଆଙ୍କର ଜଣକ ଅଖତାରଙ୍କୁ କ୍ଷମା ମଧ୍ୟ ମାଗିଥିଲେ ।

   Related Posts