Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

କଟକ ଏବଂ ଭୁବନେଶ୍ବରରେ ସାଇକୋ କିଲର ଆତଙ୍କ : କଟକର ୩ଟି ଯାକ ହତ୍ୟା ଘଟଣାରେ ପୋଲିସର ହାତ ଖାଲି, ଭୁବନେଶ୍ବରରେ ମାରଣାସ୍ତ୍ର ଧରି ଲୋକଙ୍କୁ ଗୋଡାଇଲା ସଂଦିଗ୍ଧ ବ୍ୟକ୍ତି

27/07/2019 at 6:11 PM

ଭୁବନେଶ୍ବର ୨୭|୭: କଟକରେ ଘଟିଥିବା ସିରିଏଲ୍‌ମର୍ଡ଼ର ଘଟଣାରେ ଏବେ ବି ପୋଲିସ ହାତ ଖାଲି । ହେଲେ ତଦନ୍ତର ତିନି ଦିନ ପରେ ଗୋଟିଏ  ମର୍ଡ଼ର କେସରେ କିଛି ନୂଆ ତଥ୍ୟ ପାଇଛି ପୋଲିସ । ଏସସିବି କାର୍ଡିଓଲୋଜି ଡିପାର୍ଟମେଣ୍ଟ ପାଖରେ ମିଳିଥିବା ମୃତବ୍ୟକ୍ତିଙ୍କୁ ପ୍ରକୃତରେ ଓଏମପି ଛକରେ ଆକ୍ରମଣ ହୋଇଥିବା ଜାଣିବାକୁ ପାଇଛି ପୋଲିସ ।

 ସେପଟେ ଭୁବନେଶ୍ବର ଓଲଡ୍‌ଟାଉନ୍‌ରେ ମାରଣାସ୍ତ୍ର ଧରି ଲୋକଙ୍କୁ ମାରିବାକୁ ଗୋଡ଼ାଉ ଥିବା ଜଣେ ସଂଦିଗ୍ଧ ବ୍ୟକ୍ତିଙ୍କୁ କିଛି ଲୋକ ଦେଖି ଲିଙ୍ଗରାଜ ଥାନାକୁ ଖବର ଦେଇଥିଲେ ମଧ୍ୟ ପୋଲିସ ଏହାକୁ ଗୁରୁତ୍ବ ନଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

୭୨ଘଣ୍ଟା ବିତିଲା, ତଥାପି ପୋଲିସ ହାତ ଖାଲି । କଟକରେ ୨୪ଘଣ୍ଟା ଭିତରେ ତିନି ତିନିଟି ହତ୍ୟା ଘଟଣାରେ ଏପର୍ଯ୍ୟନ୍ତ ଅଭିଯୁକ୍ତର ସୁରାକ୍‌ପାଇପାରିନି ପୋଲିସ । ଘଟଣାର ୩ଦିନ ପରେ ଏସସିବି କାର୍ଡିଓଲୋଜି ଡିପାର୍ଟମେଣ୍ଟ ପାଖରେ ପଡ଼ିଥିବା ମୃତବ୍ୟକ୍ତିଙ୍କୁ ପ୍ରକୃତରେ ଓଏମପି ଛକରେ ଆକ୍ରମଣ କରାଯାଇଥିବା ଜାଣିବାକୁ ପାଇଛି ପୋଲିସ । ଦୁର୍ବୃତ୍ତର ଆକ୍ରମଣ ପରେ ଆହତ ବ୍ୟକ୍ତି ସହାୟତା ମାଗିବାରୁ ତାଙ୍କୁ କେହି ଜଣେ ବାଇକ୍‌ଆରୋହୀ ହସ୍ପିଟାଲ ପର୍ଯ୍ୟନ୍ତ ଆଣିଛନ୍ତି । ଆଉ ଏସସିବିର କାର୍ଡିଓଲୋଜି ଡିପାର୍ଟମେଣ୍ଟ ପାଖରେ ଛାଡ଼ିଦେଇ ଚାଲିଯାଇଛନ୍ତି ।

କେବଳ କଟକ କାହିଁକି ରାଜଧାନୀରେ ମଧ୍ୟ ସାଇକୋ କିଲର ଆତଙ୍କ ପରେ କମିଶନରେଟ୍‌ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ ଚେକିଂକୁ ଯୋର୍‌ଦାର କରାଯାଇଛି । ଗତକାଲି ରାତିରେ ଯାହାର ସ୍ଥିତି ପରଖିଥିଲା ନ୍ୟୁଜ୍‌ ସେଭେନ୍‌ ଟିମ୍‌।

ସେପଟେ ଆଜି ଦିନ ସାଢ଼େ ଗୋଟାଏ ବେଳେ ଓଲଡ୍‌ଟାଉନ୍‌ନାରାୟଣୀ କ୍ଲବ ଛକରେ ଜଣେ ସଂଦିଗ୍ଧ ବ୍ୟକ୍ତି ହାତରେ ମାରଣାସ୍ତ୍ର ଧରି ଲୋକଙ୍କୁ ମାରିବାକୁ ଗୋଡ଼ାଇଥିବାର ଅଭିଯୋଗ ହୋଇଛି । ଲୋକମାନେ ଭୟରେ ଛତ୍ରଭଙ୍ଗ ଦେଇଥିବା ବେଳେ ସଂଦିଗ୍ଧ ବ୍ୟକ୍ତି ଜଣକ ମଶାଣି ଭିତରୁ ପଶିଯିବାରୁ ତାକୁ ଧରିବାକୁ କାହାର ସାହସ ହୋଇନଥିଲା । ଏନେଇ ଲିଙ୍ଗରାଜ୍‌ଥାନାକୁ ଖବର ଦିଆଯାଇଥିଲେ ମଧ୍ୟ ପୋଲିସ ଏହାକୁ ଗୁରୁତ୍ବ ଦେଇ ନଥିବା ଅଭିଯୋଗ ହୋଇଛି ।

   Related Posts