ସାଇକୋ କିଲର ଗିରଫ, କରିଛି ୨୦ରୁ ଅଧିକ ହତ୍ୟା: ପିତା ହତ୍ୟାକାରୀକୁ ୩୨ଟି ଗୁଳି କରିବା ପରେ ମୃତଦେହ ପାଖରେ ୩ ଘଣ୍ଟା ଯାଏଁ ବସିଥିଲା

Published By : Prameya-News7 Bureau | December 19, 2020 IST

ପାଟନା ୧୯/୧୨ : ବିହାର ପୋଲିସ ହାତରେ ଧରାପଡିଛି ମୋଷ୍ଟ ୱାଣ୍ଟେଡ ଅପରାଧୀ ଯାହା ଉପରେ ୨୦ରୁ ଅଧିକ ହତ୍ୟା ମାମଲା ରହିଛି। ଅପରାଧ ଦୁନିଆରେ ସେ ସାଇକୋ କିଲର ଭାବେ ଜଣାଶୁଣା। ପୋଲିସ ଗଞ୍ଜେଇ ଚାଲାଣକାରୀଙ୍କୁ କାବୁ କରିବାକୁ ଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଥିଲା ସାଇକୋ କିଲର ଅବିନାଶ ଶ୍ରୀବାସ୍ତବ। ଅବିନାଶ ନିଜ ପିତାଙ୍କ ହତ୍ୟାକାରୀଙ୍କୁ ୩୨ଟି ଗୁଳି କରିଥିଲା ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ହତ୍ୟା ପରେ ସେ ୩ ଘଣ୍ଟା ଯାଏଁ ଶବ ପାଖରେ ବସି ରହିଥିଲା।

ସୂଚନା ଅନୁଯାୟୀ, ବୈଶାଳୀ ପୋଲିସର ସ୍ପେଶାଲ ଟିମ, ଜିଲ୍ଲା ଇଣ୍ଟେଲିଜେନ୍ସ ୟୁନିଟ ଓ ମହନାର ପୋଲିସ ଗଞ୍ଜେଇ ଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି। ପୋଲିସକୁ ସୂଚନା ମିଳିଥିଲା ଯେ ଜଣେ ବଡ ଅପରାଧୀ ବହୁ ପରିମାଣର ଗଞ୍ଜେଇ ନେଇ ଆସୁଛି। ପୋଲିସ ଚଢ଼ଉରେ ଦୁଇ ଚାଲାଣକାରୀଙ୍କୁ ଗିରଫ କରାଯାଇଥିଲା ଯେଉଁଥିରେ ଜଣେ ଅବିନାଶ ଶ୍ରୀବାସ୍ତବ। ପୋଲିସ ସେମାନଙ୍କ ଠାରୁ ୧୦ କିଲୋ ଗଞ୍ଜେଇ ଜବତ କରିଛି। ସେ ରାଷ୍ଟ୍ରୀୟ ଜନତା ଦଳର ପୂର୍ବତନ ଏମଏଲସି ଲଲନ ଶ୍ରୀବାସ୍ତବଙ୍କ ପୁଅ।

ଅବିନାଶର ପରିଚୟ ପାଇବା ପରେ ପୋଲିସ ଟିମ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। କାରଣ ଅପରାଧ ଜଗତରେ ସେ ସାଇକୋ କିଲର ଏବଂ ସିରିଏଲ କିଲର ନାଁରେ କୁଖ୍ୟାତ। ଅବିନାଶର ଘର ପାଟନା କଙ୍କଡାବାଗ ଥାନା ଅନ୍ତର୍ଗତ ଏମଆଇଜି କଲୋନୀରେ। ତା ବିରୋଧରେ ବିହାରରେ ୨୦ରୁ ଅଧିକ ହତ୍ୟାର ଅଭିଯୋଗ ରହିଛି। ଚଳିତ ବର୍ଷ ସେପ୍ଟେମ୍ବର ୨୬ ତାରିଖରେ ସେ ରକ୍ସୌଲରୁ ଗିରଫ ହୋଇଥିଲା। ଜାମିନରୁ ଆସି ଅପରାଧ କରିବାକୁ ଲାଗିଲା। 

{"id":379790,"sizeSlug":"large","linkDestination":"none"}

ପୋଲିସ ସୂଚନା ଅନୁଯାୟୀ, ଅବିନାଶ ଦିଲ୍ଲୀ ଜାମିଆ ମିଲିୟା ଇସଲାମୀୟାରୁ ଏମସିଏ କରିଛି। ୨୦୦୨ ମସିହାରେ ହାଜିପୁରରେ ତାଙ୍କ ପିତା ତଥା ତତ୍କାଳୀନ ଏମଏଲସି ଲଲନ ଶ୍ରୀବାସ୍ତବଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେତେବେଳେ ଅବିନାଶ ଇନଫୋସିସରେ ଚାକିରୀ କରୁଥିଲା ଏବଂ ତାଙ୍କର ମାସିକ ଦରମା ଥିଲା ୪୦ ହଜାର ଟଙ୍କା। ପିତାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ସେ ଅସ୍ତ୍ର ଉଠାଇଥିଲା। ୨୦୦୩ ରେ ସେ ନିଜ ପିତାଙ୍କ ହତ୍ୟାକାରୀ ପପୁ ଖାନକୁ ୩୨ଟି ଗୁଳି କରି ହତ୍ୟା କରିଥିଲେ। ଏହାପରେ ସେ ଅନେକ ହତ୍ୟାକାରୀଙ୍କୁ ମାରିଥିଲା।

ପୋଲିସ ଅନୁଯାୟୀ, ସେ ଡେପୁଟି ମେୟର ଅମରାବତୀ ଦେବୀଙ୍କ ସ୍ୱାମୀ ଦୀନା ଗୋପଙ୍କୁ ଏକେ-47 ରେ ଗୁଳି କରି ହତ୍ୟା କରିଥିଲା। ସେତେବେଳେ ସେ କ୍ୟାପଟେନ ସୁନୀଲଙ୍କ ଭାଇ, ବିଜୟ ଗୋପ, ଅଜୟ ଗୋପ, ଲାଲୁ ଗୋପ, ପପୁ, ଇମ୍ତିଆଜ, ଚନାରିକ ଗୋପ, ଶୂନ ବ୍ୟବସାୟୀ ମନୋଜ ସୋନାର, ରାହୁଲ ଯାଦବ ସମେତ ୨୦ ଜଣଙ୍କୁ ହତ୍ୟା କରିଥିଲା। 

{"id":379792,"width":580,"height":334,"sizeSlug":"large","linkDestination":"none"}

ଏତେ ହତ୍ୟା କରିବା ପରେ ପୋଲିସ ଅବିନାଶ ତଲାଶ କରିଥିଲା। ସେତେବେଳେ ତାଙ୍କ ମା ଅବିନାଶକୁ ଧରି ସିଲିଗୁଡି ଚାଲି ଯାଇଥିଲେ। କିନ୍ତୁ ସେ ମଝି ମଝିରେ ବିହାର ଆସି ହତ୍ୟା, ଚୋରି ଆଦି ଅପରାଧ ଘଟାଉଥିଲା। ୨୦୧୬ ରେ ହାଜିପୁର ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଚୋରି କଲାବେଳେ ଧାରା ପଡିଥିଲା। ପୋଲିସ ପଚରାଉଚୁରା ବେଳେ ସେ କହିଥିଲା ଗୁଗଲରେ ସାଇକୋ କିଲର ଅମିତ ସର୍ଚ୍ଚ କରନ୍ତୁ। ଅବିନାଶର ଅସଲ ଚେହେରା ଦେଖି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଅବିନାଶ ଦାବି କରିଥଲା ଯେ ଫିଲ୍ମ ଗ୍ୟାଙ୍ଗ୍ ଅଫ୍ ୱାସେପୁର'ରେ ତାର ବ୍ରଷ୍ଟ ଫାୟାର କ୍ଳାଇମେକ୍ସକୁ ଚୋରି କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.