Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କରୋନା ସଙ୍କଟ ମଧ୍ୟରେ ବୃଦ୍ଧି ପାଇଛି ସୁନା ଋଣ କାରବାର : ଅଧିକ ଲାଭ ପାଇଁ ବ୍ୟାଙ୍କ ମଧ୍ୟ ଆରମ୍ଭ କରିଛି ଗୋଲ୍ଡ ଲୋନ

26/06/2020 at 11:26 AM

ନୂଆଦିଲ୍ଲୀ ୨୬/୦୬ : ସୁନା ଋଣ ବୃଦ୍ଧି ପାଉଥିବା ଦେଖି ଅଣ-ବ୍ୟାଙ୍କିଙ୍ଗ ଅର୍ଥନୈତିକ ସଂସ୍ଥା ଭଳି ବ୍ୟାଙ୍କ ମଧ୍ୟ ଏହି ନୀତି ଆପଣେଇବା ଆରମ୍ଭ କରିଛି | ସୁନା ଋଣ କାରବାର କରୁଥିବା କମ୍ପାଇ ମୁଥୁଟ ଫାଇନାନ୍ସକୁ ବହୁତ ଲାଭ ହୋଇଛି | ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ମଧ୍ୟ ସୁନା ଋଣ ଆରମ୍ଭ କରିଛି |

କରୋନା ସଙ୍କଟ ଓ ଲକଡାଉନ ମଧ୍ୟରେ ଅନେକ ଲୋକ ଚାକିରୀ ହରେଇଛନ୍ତି | ଅନେକ କମ୍ପାନୀ କର୍ମଚାରୀଙ୍କ ଦରମା କାଟ କରିଛି | ଫଳରେ ଲୋକଙ୍କ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି | ଏହିଭଳି ପରିସ୍ଥିତିରେ ଲୋକେ ଋଣ ବନ୍ଧା ପକେଇ ଟଙ୍କା ଋଣ କରୁଛନ୍ତି | ସୁନା ଋଣ ଅତି ସହଜରେ ମିଳିଯାଇଥାଏ | ଫଳରେ ସୁନା ବନ୍ଧା ପକାଇ ଟଙ୍କା ଋଣ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି | ସୁନା ଋଣ ଦେଉଥିବା ମୁଥୁଟ ଫାଇନାନ୍ସ କମ୍ପାନୀ ଓ ପନ୍ନପୂରମ ଏହାର ଖୁବ ଲାଭ ଉଠାଉଛନ୍ତି |

କରୋନା ଭାଇରସ ଯୋଗୁଁ ମାନ୍ଦାବସ୍ଥା ଚାଲିଛି | ଏହିଭଳି ପରିସ୍ଥିତିରେ ବ୍ୟାଙ୍କ ମଧ୍ୟ ପର୍ଶନାଲ ଲୋନ କିମ୍ବା କ୍ରେଡିଟ କାର୍ଡ ଦେଇ ରିସ୍କ ନେବାକୁ ଚାହୁଁନାହିଁ | ଋଣ ବଦଳରେ ସୁନା ସବୁଠାରୁ ସୁରକ୍ଷିତ ସିକ୍ୟୁରିଟି ବୋଲି ବ୍ୟାଙ୍କ ମଧ୍ୟ ସୁନା ଋଣ କାରବାର ଆରମ୍ଭ କରିଛି | ଇକୋନୋମିକ୍ସ ଟାଇମ୍ସ ଖବର ଅନୁଯାୟୀ କ୍ୟାଥଲିକ ସିରିଆନ ବ୍ୟାଙ୍କ ସୁନା ଋଣ ସେଗମେଣ୍ଟରେ ୩୦ ପ୍ରତିଶତ ବୃଦ୍ଧି କରିବାର ସମ୍ଭାବନା ରାଝିଛି | କେବଳ ପ୍ରାଇଭେଟ ବ୍ୟାଙ୍କ ନୁହେଁ, ସୁନା ଋଣର ବଢୁଥିବା ସମ୍ଭାବନାକୁ ଦେଖି ସାର୍ବଜନିକ ବ୍ୟାଙ୍କ ମଧ୍ୟ ସୁନା ଋଣ ସେଗମେଣ୍ଟ ଆରମ୍ଭ କରୁଛନ୍ତି | କିଛି ବ୍ୟାଙ୍କ ଏଥିପାଇଁ ବିଶେଷ ବ୍ରାଞ୍ଚ ମଧ୍ୟ ଖୋଲିଛନ୍ତି ଯେଉଁଠାରେ ଛୋଟ ଛୋଟ ବ୍ୟବସାୟୀ ସେଠାରେ ସୁନା ବନ୍ଧା ପକାଇ ଋଣ କରିପାରିବେ |

ଇକୋନୋମିକ୍ସ ଟାଇମ୍ସ ଖବର ଅନୁଯାୟୀ, କାନାରା ବ୍ୟାଙ୍କର ୭୫୦ଟି ବ୍ରାଞ୍ଚ ଏବେ ସୁନା ଋଣ ଉପରେ ଫୋକସ କରୁଛନ୍ତି | ଦକ୍ଷିଣ ଭାରତରେ ଏହି ବ୍ୟାଙ୍କର ଗୋଲ୍ଡ ଲୋନ ସେଗମେଣ୍ଟକୁ ଭଲ ରେସପନ୍ସ ମିଳିଛି | ସିଣ୍ଡିକେଣ୍ଟ ବ୍ୟାଙ୍କ ଅଧିଗ୍ରହଣ ପରେ ଚଳିତ ଆର୍ଥିକ ବର୍ଷ ଆରମ୍ଭରେ ଏହାର ଗୋଲ୍ଡ ଲୋନ ପୋର୍ଟଫୋଲିଓ ବୃଦ୍ଧି ପାଇ ୫୬ ହଜାର କୋଟି ଟଙ୍କା ହୋଇଛି | ଫେଡେରାଲ ବ୍ୟାଙ୍କର ଗୋଲ୍ଡ ଲୋନ କାରବାରରେ ମଧ୍ୟ ବୃଦ୍ଧି ହୋଇଛି | ଏହି ବ୍ୟାଙ୍କ ୮ ପ୍ରତିଶତ ଗ୍ରୋଥ ହାସଲ କରିଛି |

   Related Posts