ବିଧାୟକଙ୍କ ପିଏସ୍‌ଓଙ୍କ ଆତ୍ମହତ୍ୟା ! ଘର ଭିତରୁ ମିଳିଲା ମୃତଦେହ

Published By : Prameya-News7 Bureau | June 18, 2020 IST

ବଣାଇ ୧୮।୦୬: ବଣାଇ ବିଧାୟକଙ୍କ ପିଏସ୍‌ଓଙ୍କ ମୃତଦେହ ଉଦ୍ଧାର ହୋଇଛି । ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି । ନିଜ ସର୍ଭିସ୍‌ ରିଭଲଭରରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ପିଏସ୍ଓ ଡମ୍ବରୁଧର ସାହୁ ।

ସୂଚନାଯୋଗ୍ୟ ଯେ, ଡମ୍ବରୁଙ୍କ ଘର ଲହୁଣିପଡା ଥାନା ଅନ୍ତର୍ଗତ କୁରୁଡା ଗାଁରେ । ଆଜି ସକାଳୁ ନିଜ ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ତେବେ ଘଟଣାସ୍ଥଳରେ ବଣାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ପୋଲିସ ପିଏସ୍‌ଓଙ୍କ ମୃତ୍ୟୁ ନେଇ ଅନେକ ଦିଗରୁ ତଦନ୍ତ ଆରମ୍ଭ କରିଛି । କେଉଁ ଭଳି ପରିସ୍ଥିତି ଓ କିପରି ସେ ଆତ୍ମହତ୍ୟା କଲେ ସେନେଇ ମଧ୍ୟ ଖୋଲତାଡ ଆରମ୍ଭ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.