Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

କାର୍ଟୋସାଟ୍-୩ର ସଫଳ ଉତକ୍ଷେପଣ : କାର୍ଟୋସାଟ୍ ସହ ଆମେରିକାର ୧୪ଟି ଉପଗ୍ରହ ସଫଳତାର ସହ ନିଜ କକ୍ଷପଥରେ ଅବସ୍ଥାପିତ

27/11/2019 at 10:45 AM

ଶ୍ରୀହରିକୋଟା ୨୭।୧୧: ଲଞ୍ଚ ହେଲା ଆର୍ଥ ଇମେଜିଙ୍ଗ ଆଣ୍ଡ ମ୍ୟାପିଂ ସାଟେଲାଇଟ୍ ବା କାର୍ଟୋସାଟ୍-୩ ।  ଶ୍ରୀହରକୋଟା ଲଞ୍ଚ ପ୍ୟାଡ୍ ରୁ ସକାଳ ୯ଟା ୨୮ ମିନିଟ୍ ରେ ଏହାର ସଫଳ ଉତକ୍ଷେପଣ ହୋଇଛି ।  କାର୍ଟୋସାଟ୍ ସହ ଆମେରିକାର ଅନ୍ୟ ୧୩ ଟି ଛୋଟ ବାଣିଜ୍ୟିକ ସାଟେଲାଇଟ୍ ମଧ୍ୟ ଲଞ୍ଚ ହୋଇଛି । ସମସ୍ତ ଉପଗ୍ରହ ନିଜ କକ୍ଷପଥରେ ସଫଳତାର ସହ ଅବସ୍ଥାପିତ ହୋଇଛି । ପିଏସ୍ ଏଲ୍ ଭି -C47 ରକେଟ୍ ଦ୍ବାରା ଏହି ସାଟେଲାଇଟ୍ ଗୁଡିକ ଲଞ୍ଚ କରାଯାଇଥିଲା ।  କାର୍ଟୋସାଟ୍ ର ଓଜନ ୧୬୨୫ କିଲୋଗ୍ରାମ । ତେବେ ସବୁଠୁ ବଡ କଥା ହେଉଛି ୨୭ ମିନିଟ୍ ରେ ଏହି ୧୪ ଟି ସାଟେଲାଇଟ୍ କକ୍ଷ ପଥରେ ପହଞ୍ଚି ଥିଲା ।

 କାର୍ଟୋସାଟ୍ -୩ ହେଉଛି ଥାର୍ଡ ଜେନେରେସନ୍ ର ସବୁଠୁ ଉଚ୍ଚକ୍ଷମତା ସଂପର୍ଣ୍ଣ ଉପଗ୍ରହ ।  ଏହି ସାଟେଲାଇଟ୍ ଦ୍ବାରା ଉଚ୍ଚକ୍ଷମତା ସଂପନ୍ନ ଫଟୋ ଉଠାଯାଇପାରିବ । ସହର ଓ ଗ୍ରାମାଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପାଇଁ ଏହା ବେଶ ସହାୟକ ହୋଇପାରିବ । ସେହିଭଳି ଅନ୍ତରୀକ୍ଷରୁ ଏହା ଭାରତର ସୀମା ଉପରେ ଶତ୍ରୁ ଉପରେ କଡା ନଜର ରଖି ପାରିବ । ବିଶେଷ କରି ଏହି ସାଟେଲାଇଟ୍ ଦ୍ବାରା ଆତଙ୍କବାଦୀ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇପାରିବ । କାର୍ଟୋସାଟ୍ -୩ର ଜୀବନକାଳ ୫ ବର୍ଷ । ଏହି ସାଟେଲାଇଟ୍ ଲଞ୍ଚ କରିବାରେ ପିଏସ୍ ଏଲ୍ ଭି -C47 ହେବ୨୧ ତମ ଫ୍ଲାଇଟ୍ ଯାହା ଏକ୍ସଏଲ୍ ଆକାରର । ଇସ୍ରୋ ଗତ ମେ ୨୨ ରେ କାର୍ଟୋସାଟ୍ – ୨ କୁ ଲଞ୍ଚ କରିଥିଲା ।

କାର୍ଟୋସାଟ୍-୩ ହେଉଛି ଏହି ସିରିଜ୍ ର ନବମ ଉପଗ୍ରହ । କାର୍ଟୋସାଟ୍ ର କ୍ୟାମେରା ଏତେ ଶକ୍ତିଶାଳୀ ଯେ ଏହା ମହାକାଶରୁ ୫୦୯ କିଲୋମିଟର ଉଚ୍ଚରୁ ପୃଥିବୀର ୧ ଫୁଟର ବି କମ୍ ଜିନିଷର ସ୍ପଷ୍ଟ ଫଟୋ ନେଇପାରିବ । ଏପରିକି ଯଦି କୌଣସି ବ୍ୟକ୍ତି ତାଙ୍କ ହାତରେ ଘଣ୍ଟା ବି ବାନ୍ଧି ଥାନ୍ତି ଏବଂ ତାର ଫଟୋ ବି ନେଇ ସଠିକ ସମୟ ଜାଣିହେବ । କାର୍ଟୋସାଟ୍ -୩ ଦୁନିଆ ସବୁଠାରୁ ଶକ୍ତିଶାଳୀ କ୍ୟାମେରା ଲାଗିଥିବା କୁହାଯାଉଛି । କୌଣସି ଦେଶ ଏଭଳି ଶକ୍ତିଶାଳୀ କ୍ୟାମେରା ସାଟେଲାଇଟ୍ ଲଞ୍ଚ କରିନାହିଁ । ପୂର୍ବରୁ କାର୍ଟୋସାଟ୍ ସିରିଜର ୮ଟି ସାଟେଲାଇଟ୍ ଲଞ୍ଚ ହୋଇସାରିଛି । ପ୍ରଥମଟି ୨୦୦୫ ମେ ୧ ରେ ଦ୍ବିତୀୟ ୨୦୦୭ ଜାନୁଆରୀ ୧୦ ରେ , ତୃତୀୟଟି ୨୦୦୮ ଏପ୍ରିଲ୍ ୨୮ରେ ଏବଂ ଅଷ୍ଟମଟି ୨୦୧୮ ଜାନୁଆରୀ ୧୨ରେ ଲଞ୍ଚ ହୋଇଥିଲା ।

   Related Posts