ଆଇପିଏଲଠୁ ବହୁ ଗୁଣରେ ଭଲ ପିଏସଏଲ, ଦକ୍ଷିଣ ଆଫ୍ରିକା ଦିଗ୍‌ଜ ଖେଳାଳିଙ୍କ ଅଜବ ବୟାନ

Published By : Prameya-News7 Bureau | March 02, 2021 IST

ନୂଆଦିଲ୍ଲୀ ୦୨।୦୩: ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ୍ ଷ୍ଟେନ ସଂପ୍ରତି ପାକିସ୍ତାନ ସୁପର ଲିଗ୍‌(ପିଏସଏଲ) ଖେଳୁଛନ୍ତି। କିନ୍ତୁ ଏହି ସମୟରେ ଷ୍ଟେନ୍ ଏକ ଅଜବ ବୟାନ ଦେଇ ପାକିସ୍ତାନ ସୁପର ଲିଗ୍‌(ପିଏସଏଲ)କୁ ଆଇପିଏଲଠୁ ଉନ୍ନତ ଲିଗ୍‌ ଦର୍ଶାଇଛନ୍ତି। ଡେଲ ଷ୍ଟେନ କହିଛନ୍ତି, ଆଇପିଏଲ ତୂଳନାରେ ପିଏସଏଲ ଖେଳିବା ଲାଭଦାୟକ। ପିଏସଏଲରେ  ଆଇପିଏଲ ଅପେକ୍ଷା କ୍ରିକେଟ୍ ଉପରେ ଅଧିକ ଜୋର ଦିଆଯାଉଛି।

ଡେଲ ଷ୍ଟେନ ଏକ ପାକିସ୍ତାନ ଖବରକାଗଜ ସହ ଆଲୋଚନା ବେଳେ କହିଛନ୍ତି, ଯେବେ ଆପଣ ଆଇପିଏଲ ଖେଳିବାକୁ ଯାଆନ୍ତି ତେବେ ସେଠାରେ ବଡ ସ୍କ୍ଵାର୍ଡ ଓ ବଡ ଖେଳାଳି ଥାଆନ୍ତି। ଖେଳାଳିଙ୍କ ଆୟ ଉପରେ ଅଧିକ ଧ୍ୟାନ ଦିଆଯାଏ। ବେଳେ ବେଳେ ଏହି ସବୁ ମଧ୍ୟରେ କ୍ରିକେଟ୍‌କୁ ସମସ୍ତେ ଭୁଲି ଯାଆନ୍ତି। ଯେବେ ଆପଣ ପିଏସଏଲ ଓ ଲଙ୍କା ପ୍ରିମିୟର ଲିଗ୍ ଖେଳିବାକୁ ଯାଆନ୍ତି ତେବେ ସେଠାରେ କ୍ରିକେଟ୍‌ ଉପରେ ଅଧିକ ଗୁରୁତ୍ଵ ଦିଆଯାଏ। ମୁଁ ଆଇପିଏଲଠୁ ଦୂରରେ ରହି ଖେଳ ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଥିଲି। ମୁଁ ପିଏସଏଲ ପରି  ଟୂର୍ଣ୍ଣାମେଣ୍ଟ ଖେଳିବାକୁ ଚାହୁଁଥିଲି, ଯେଉଁଠି କ୍ରିକେଟ୍‌କୁ ଅଧିକ ମହତ୍ଵ ଦିଆଯାଏ।

ଡେଲ ଷ୍ଟେନ ଆଇପିଏଲରେ ଡେକାନ ଚାର୍ଜର୍ସ,  ସନରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଲାୟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ  ବେଙ୍ଗାଲୁରୁ  ତରଫରୁ ଖେଳି ସାରିଛନ୍ତି। ଷ୍ଟେନ ୨୦୨୧ ଆଇପିଏଲରେ ନଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୦ରେ ଷ୍ଟେନର ପ୍ରଦର୍ଶନ ବହୁତ ଖରାପ ରହିଥିଲା। ଷ୍ଟେସନ ୩ଟି ମ୍ୟାଚ୍‌ରେ ୧୩୩ ହାରରେ କେବଳ ଗୋଟିଏ ଓ୍ଵିକେଟ୍ ପାଇଥିଲେ। ସେ ପିଏସଏଲ ୨୦୨୧ର ବର୍ତ୍ତମାନ ସିଜିନରେ କ୍ଵେଟା ଗ୍ଲାଡିଏଟର୍ସ ତରଫରୁ ଖେଳୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.