ଟ୍ରୋଲ୍ ହେଲା ପରେ ନିରବତା ଭାଙ୍ଗିଲେ ପୃଥ୍ୱୀ ଶ, ସମାଲୋଚକଙ୍କୁ ଦେଲେ ଜବାବ, କହିଲେ...

Published By : Prameya-News7 Bureau | December 21, 2020 IST

ନୂଆଦିଲ୍ଲୀ,୨୧/୧୨:   ଭାରତୀୟ ବ୍ୟାଟସମ୍ୟାନ୍ ପୃଥ୍ୱୀ ଶ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ଏହାପରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । ଏବେ ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜ ସମାଲୋଚକଙ୍କୁ ଜବାବ ଦେଇଛନ୍ତି ।

ପୃଥ୍ୱୀ ନିଜ ଇନଷ୍ଟଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ, ବେଳେ ବେଳେ କିଛି ଲୋକ କାହାକୁ କିଛି କରିବା ପାଇଁ ଉସକାଇଥାନ୍ତି । ଅର୍ଥାତ ଲୋକମାନେ ଏହି କାମ କରିପାରିବେ ନାହିଁ । ତେଣୁ ଆପଣଙ୍କୁ କରବାକୁ ଉସକାଉଥାନ୍ତି ।

ସେ ପିଙ୍କ୍ ବଲରେ ଆଡିଲେଡରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟର ପ୍ରଥମ ଇନିଂସରେ ଖାତା ଖୋଲିବା ପୂର୍ବରୁ ବୋଲ୍ଡ ହୋଇଥିଲେ । ଦ୍ୱିତୀୟ ଇନିଂସରେ ସେ ମାତ୍ର ୪ ରନ୍ କରିପାରିଥିଲେ । ପ୍ରଥମ ପାଳିରେ ମିଚେଲ ଷ୍ଟାର୍କ ତାଙ୍କୁ ଆଉଟ କରିଥିବା ବେଳେ ଦ୍ୱିତୀୟ ପାଳିରେ ପ୍ୟାଟ୍ କ୍ୟୁମିନ୍ସ ପୃଥ୍ୱୀଙ୍କ ଓ୍ୱିକେଟ୍ ନେଇଥିଲେ । ଉଭୟ ପାଳିରେ ସେ ସମାନ ଭାବେ ଆଉଟ ହୋଇଥିଲେ ।

ସିରିଜ ଆରମ୍ଭ ପୂର୍ବରୁ ସୁନିଲ ଗାଭାସ୍କର କହିଥିଲେ ଯେ, ପୃଥ୍ୱୀଙ୍କୁ ଡିଫେନ୍ସ ଉପରେ ଧ୍ୟାନ ଦେବା ଦରକାର । ଏପରିକି ପୃଥ୍ୱୀ ପ୍ରଥମ ଟେଷ୍ଟରେ ବିପଳ ହେବା ସହ ଫିଲ୍ଡିଂରେ ମଧ୍ୟ ଖରାପ ପ୍ରଦର୍ଶନ କରିଥିଲେ । ସେ ସହଜ କ୍ୟାଚ୍ ହାତଛଡା କରିଥିଲେ । ବ୍ୟାଟିଂ ବେଳେ ତାଙ୍କର ବ୍ୟାଟ୍ ଓ ପ୍ୟାଡ ମଧ୍ୟରେ ଅଧିକ ଖାଲିସ୍ଥାନ ଥିବା ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.