Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ପୃଥ୍ୱୀଙ୍କୁ ଇଂଲଣ୍ଡ ପଠାଇବାକୁ ଚାହୁଁଛି ବିସିସିଆଇ ! ଟେଷ୍ଟ୍ ମ୍ୟାଚରେ କରିପାରନ୍ତି ଓପନିଂ

3/07/2021 at 10:53 AM

ନୂଆଦିଲ୍ଲୀ, ୦୨/୦୭: ଭାରତୀୟ ଦଳର ଟେଷ୍ଟ କ୍ରିକେଟ ଓପନର୍ ଶୁଭମନ୍ ଗିଲ୍ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗିଲଙ୍କ ସ୍ଥାନ କିଏ ନେତା ତାହା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ମୟଙ୍କ ଅଗ୍ରଓ୍ୱାଲଙ୍କୁ ସୁଯୋଗ ମିଳିପାରେ ବୋଲି କିଛି କ୍ରିକେଟ ବିଶେଷଜ୍ଞ କହୁଛନ୍ତି । ସେ ମଧ୍ୟ ୨୦୧୮ ଓ ୨୦୧୯ରେ ଭଲ ସ୍କୋର କରିଥିଲେ । ନୂଆ ଚେହେରା ଭାବେ ପଶ୍ଚିମବଙ୍ଗର ଅଭିମନ୍ୟୁ ଈଶ୍ୱରନଙ୍କୁ ଦଳ ଓପନର ଭାବେ ଖେଳାଇବାକୁ ବିଚାର କରୁଥିଲେ ମଧ୍ୟ ଏବେସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ ।

ଈଶ୍ୱରନ ୬୪ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି ।କିନ୍ତୁ ସେ ଏବେସୁଦ୍ଧା ଗୋଟିଏ ହେଲେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାଁନ୍ତି । ଏହି ଅନଭିଜ୍ଞ ଯୁବ ଖେଳାଳିଙ୍କୁ ଓପନର ଦାୟିତ୍ୱ ଦେଲେ ଦଳ ପାଇଁ ରିସ୍କ୍ ରହିଛି । ତେବେ ଦଳ ମ୍ୟାନେଜମେଣ୍ଟ ପୃଥ୍ୱୀ ଶଙ୍କୁ ଖେଳାଇବା ପାଇଁ ମଧ୍ୟ ବିକଳ୍ପ ଖୋଲା ରଖିଛି ।

ପୃଥ୍ୱୀ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଗସ୍ତରେ ଫେଲ୍ ହୋଇଥିଲେ । କିନ୍ତୁ ବିଜୟ ହଜାରେ ଟ୍ରଫିରେ ସେ ଦମଦାର୍ ବ୍ୟାଟିଂ କରିଥିଲେ । ଏପରିକି ସେ ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲିଙ୍କ ରେକର୍ଡ ମଧ୍ୟ ଭାଙ୍ଗିଥିଲେ । ଅର୍ଥାବ ଏବେ ପୃଥ୍ୱୀ ଫର୍ମରେ ଅଛନ୍ତି । ଯଦି ପୃଥ୍ୱୀ ଖେଳନ୍ତି ତେବେ ମିଡିଲ୍ ଅର୍ଡରରେ କେଏଲ ରାହୁଲଙ୍କ ଉପରେ ଚାପ କମ୍ ରହିବ ।

ରୋହିତ ଶର୍ମା କିମ୍ବା ମୟଙ୍କ ଅଗ୍ରଓ୍ୱାଲଙ୍କ ମଧ୍ୟରେ ଯଦି କେହି ଆହତ ହୁଅନ୍ତି ତେବେ ଦଳ ପାଇଁ ଅଡୁଆ ବଢିଯିବ । ଏପରି ସ୍ଥିତିରେ ଈଶ୍ୱରନଙ୍କୁ ଓପନିଂ ପାଇଁ ସୁଯୋଗ ମିଳିପାରେ । ଏବେସୁଦ୍ଧା ବି ପୃଥ୍ୱୀ ଇଂଲଣ୍ଡ ଗସ୍ତରେ ଯିବେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ବିସିସିଆଇ ପକ୍ଷରୁ ମଧ୍ୟ ଆନୁଷ୍ଠାନିକ ଭାବେ ଏନେଇ କିଛି ସୂଚନା ମିଳିନି । କିନ୍ତୁ ବିସିସିଆଇର କିଛି କର୍ମକର୍ଚ୍ଚା ଇଶ୍ୱରନଙ୍କ ବଦଳରେ ପୃଥ୍ୱୀଙ୍କୁ ଇଂଲଣ୍ଡ ପଠାଇ ଓପନିଂ ଅଡୁଆ ଛିଡାଇବାକୁ ମତ ଦେଉଛନ୍ତି ।

   Related Posts