ପୃଥ୍ୱୀଙ୍କ ବ୍ୟାଟିଂ ଦେଖି ଖୁସି ହେଲେ ପ୍ରେମିକା, ଦେଲେ ଏମିତି କମେଣ୍ଟ୍

Published By : Prameya-News7 Bureau | April 12, 2021 IST

ଚେନ୍ନାଇ, ୧୨।୦୪:   ବିଜୟ ହଜାରେ ଟ୍ରଫିରେ ଆକର୍ଷଣୀୟ ରନ୍ କରିଥିବା ଯୁବ ବ୍ୟାଟସମ୍ୟାନ୍ ପୃଥ୍ୱୀ ଶ' ଆଇପିଏଲ-୨୦୨୧ରେ ଦମଦାର ପ୍ରଦର୍ଶନ କରୁଛନ୍ତି । ସେ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିଥିଲେ ।

ଆଡିଲେଡରେ ଖରାପ ବ୍ୟାଟିଂ କରିଥିବା ପୃଥ୍ୱୀଙ୍କୁ ସିରିଜର ଅନ୍ୟ ମ୍ୟାଚରୁ ବାଦ୍ ଦିଆଯାଇଥିଲା । ଏହାପରେ ତାଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରେ ଦଳରେ ସ୍ଥାନ ମିଳିନଥିଲା । ଏହାପରେ ସେ ନିଜର ଟେକନିକରେ ପରିବର୍ତ୍ତନ କରିଥିଲେ । ଯାହାର ଫଳ ତାଙ୍କୁ ବିଜୟ ହଜାରେ ଟ୍ରଫିରେ ଦେଖିବାକୁ ମିଳିଥିଲା । ସେ ଏହି ଟୁର୍ଣ୍ଣାମେଣ୍ଟରେ ୮୨୭ ରନ୍ କରିଥିଲେ । ଏହାପରେ ଆଇପିଏଲ-୨୦୨୧ରେ ଚେନ୍ନାଇ ବିରୋଧରେ ୭୨ ରନ୍ କରିଥିଲେ ।

{"id":437018,"sizeSlug":"large","linkDestination":"none"}

ପୃଥ୍ୱୀଙ୍କ ଏହି ଇନିଂସରେ  ତାଙ୍କ ପ୍ରେମିକା ପ୍ରାଚୀ ସିଂ ଖୁସିରେ ଗଦଗଦ ହୋଇ ପଡିଛନ୍ତି । ସେ ପୃଥ୍ୱୀଙ୍କ ଇନିଂସ ଦେଖି ପ୍ରତିକ୍ରିୟା ରଖିଛନ୍ତି । ପ୍ରାଚୀ ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ପୃଥ୍ୱୀଙ୍କ ଫଟୋ ପୋଷ୍ଟ କରି , 'ଶ କ'ଣ ଆରମ୍ଭ କରିଛନ୍ତି' କହିବା ସହ ହୃଦୟ ସିମ୍ବଲ ଦେଇଛନ୍ତି ।

{"id":437019,"sizeSlug":"large","linkDestination":"none"}

ପ୍ରାଚୀ ଏହାପୂର୍ବରୁ ପୃଥ୍ୱୀଙ୍କ ପୋଷ୍ଟରେ କମେଣ୍ଟ କରିସାରିଛନ୍ତି । ଏତିରେ ପୃଥ୍ୱୀ ଆଇପିଏଲ ପୂର୍ବରୁ ଟ୍ରେନିଂ ସେସନର ଫଟୋ ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ପ୍ରାଚୀ ଲେଖିଥିଲେ ଯେ, 'ହା ହା, ମୁଁ ତୁମର ହସକୁ ମିସ୍ କରୁଛି' । ଏହି କମେଣ୍ଟରେ ସେ ହାର୍ଟ ଇମୋଜି ମଧ୍ୟ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.