ଦମଦାର୍ ଫର୍ମରେ ପୃଥ୍ୱୀ ଶ' : ବିଜୟ ହଜାରେ ଟ୍ରଫିରେ ଲଗାଇଲେ ଲଗାତର ଚତୁର୍ଥ ଶତକ, ଟ୍ୱିଟରରେ ହେଲା ଟ୍ରେଣ୍ଡ୍

Published By : Prameya-News7 Bureau | March 11, 2021 IST

ନୂଆଦିଲ୍ଲୀ,୧୧/୦୩  :   ବିଜୟ ହଜାରେ ଟ୍ରଫିରେ ଚମକିଛି ମୁମ୍ବାଇ ଟିମ୍‌ର ଅଧିନାୟକ ପୃଥ୍ବୀ ଶ’ଙ୍କ ବ୍ୟାଟ୍‌ । କର୍ଣ୍ଣାଟକ ବିପକ୍ଷରେ ସେମିଫାଇନାଲ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ସେ ଶତକ ଲଗାଇଛନ୍ତି । ଏହା ହେଉଛି ତାଙ୍କର ଲଗାତର ଚତୁର୍ଥ ଶତକ ।

ଏହାପୂର୍ବରୁ ମଙ୍ଗଳବାର ସୌରାଷ୍ଟ୍ର ବିରୁଦ୍ଧରେ ଖେଳାଯାଇଥିବା ଚତୁର୍ଥ କ୍ବାର୍ଟର ଫାଇନାଲ ମ୍ୟାଚରେ ୧୮୫ ରନର ବିଶାଳ ଇନିଂସ ଖେଳିଥିଲେ ପୃଥ୍ବୀ । ଏହା ସହିତ ମୁମ୍ବାଇ ସହଜ ବିଜୟ ହାସଲ କରିଥିଲା । ତେବେ ସେମିଫାଇନାଲରେ ସେ କର୍ଣ୍ଣାଟକ ବିପକ୍ଷରେ ମାତ୍ର ୭୯ ବଲରୁ ଶତକ ଲଗାଇଥିଲେ । ଏହାସହ ୧୬୫ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ ।  ୧୬୫ ରନ୍ ପାଇଁ ସେ ୧୨୨ଟି ବଲର ସହାୟତା ନେଇଥିଲେ । ପୃଥ୍ୱୀଙ୍କ ଏହି ବିସ୍ଫୋରକ ଇନିଂସରେ ୧୭ ଚୌକା ଓ ୬ଟି ଛକା ସାମିଲ ଥିଲା ।

କର୍ଣ୍ଣାଟକ ବିପକ୍ଷ ସେମିଫାଇନାଲ ପୂର୍ବରୁ ପୃଥ୍ୱୀ ସୌରାଷ୍ଟ୍ର ବିପକ୍ଷରେ ୧୮୫, ପଣ୍ଡିତେରୀ ବିପକ୍ଷରେ ୨୨୭ ଓ ଦିଲ୍ଲୀ ବିପକ୍ଷରେ ୧୦୫ ରନ୍ କରିଥିଲେ । ଏହାସହ ସେ ଗୋଟିଏ ଟୁର୍ଣ୍ଣାମେଣ୍ଟରେ ୭୦୦ରୁ ଅଧିକ ରନ୍ ସ୍କୋର କରି ମୟଙ୍କ ଅଗ୍ରଓ୍ୱାଲଙ୍କ ରେକର୍ଡ ଭାଙ୍ଗିଥିଲେ ।

ସୂଚନାଯୋଗ୍ୟ, ୨୦୧୮ରେ ମୟଙ୍କ ୭ଟି ମ୍ୟାଚରେ ୭୨୩ ରନ୍ କରିଥିଲେ । ତେବେ ପୃଥ୍ୱୀ ସମାନ ସଂଖ୍ୟକ ମ୍ୟାଚରେ ୭୫୪ ରନ୍ କରିଛନ୍ତି । ପୃଥ୍ୱୀଙ୍କ ଏହି ପାଳି ପରେ ତାଙ୍କ ବ୍ୟାଟିଂକୁ ଟ୍ୱିଟରରେ ଅନେକ ପୂର୍ବତନ ଖେଳାଳି ପ୍ରଶଂସା କରିଛନ୍ତି ।

wp:html /wp:html wp:html /wp:html wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.