Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ରେକର୍ଡ କରୁଛି ତୈଳ ଦର, ଲଗାତାର ପଞ୍ଚମ ଦିନରେ ବଢିଲା ପେଟ୍ରୋଲ ଓ ଡିଜେଲ୍

24/10/2021 at 9:19 AM

ନୂଆଦିଲ୍ଲୀ ୨୪/୧୦: କ୍ରମାଗତ ୫ମ ଦିନରେ ବଢିଲା ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ । ଦେଶବ୍ୟାପୀ ଇନ୍ଧନ ମୂଲ୍ୟ ବଢ଼ି ଚାଲୁଛି । ଆଜି ଭୁବନେଶ୍ବରରେ ୩୬ ପଇସା ବୃଦ୍ଧି ପାଇ ପେଟ୍ରୋଲ୍ ଲିଟର୍ ପିଛା ୧୦୮ ଟଙ୍କା ୫୫ରେ ପହଞ୍ଚିଛି । ଡିଜେଲ୍ ଦର ମଧ୍ୟ ଲିଟରପିଛା ୩୯ ପଇସା ବୃଦ୍ଧି ପାଇ ୧୦୫.୯ ପଇସାରେ ପହଞ୍ଚିଛି ।

ସେହିପରି ଜାତୀୟ ରାଜଧାନୀ ଦିଲ୍ଲୀରେ ଲିଟର୍ ପିଛା ୩୫ ପଇସା ବୃଦ୍ଧି ପାଇ ପେଟ୍ରୋଲ ୧୦୭ ଟଙ୍କା ୫୯ ପାଇସାରେ ବିକ୍ରି ହେଉଛି । ଡିଜେଲ୍ ଦର ମଧ୍ୟ ସମପରିମାଣରେ ବୃଦ୍ଧି ପାଇ ୯୬ ଟଙ୍କା ୩୨ରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ଲିଟର୍ ପିଛା ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ଯଥାକ୍ରମେ୧୧୩.ଟଙ୍କା ୪୬ ଏବଂ ୧୦୪ ଟଙ୍କା ୩୮ପଇସାରେ ବିକ୍ରୟ ହେଉଛି।

କୋଲକାତାରେ ପେଟ୍ରୋଲ୍ ଲିଟର୍ ପିଛା ୧୦୮ ଟଙ୍କା ୧୧ପଇସା ଓ ଡିଜେଲ୍ ଲିଟର୍ ପିଛା ୯୯ ଟଙ୍କା ୪୩ ପଇସା ରହିଛି । ଚେନ୍ନାଇରେ ଲିଟର୍ ପିଛା ପେଟ୍ରୋଲ୍ ଦର ରହିଛି ୧୦୪ ଟଙ୍କା ୫୨ ପଇସା ଏବଂ ଲିଟର୍ ପିଛା ଡିଜେଲ୍ ଦର ରହିଛି ୧୦୦ ଟଙ୍କା ୯ ପଇସା।

   Related Posts