ରାଜ୍ୟର ୩.୩ କୋଟି ହିତାଧିକାରୀଙ୍କୁ ଆଗୁଆ ୩ ମାସର ଚାଉଳ-ଗହମ ଦିଆଯାଇଛି, ଅତ୍ୟାବଶ୍ୟକୀୟ ସାମଗ୍ରୀର ବଣ୍ଟନକୁ ସର୍ବାଧିକ ଗୁରୁତ୍ଵ

Published By : Prameya-News7 Bureau | April 08, 2020 IST

ଭୁବନେଶ୍ବର ୦୮.୦୪- କୋଭିଡ୍-୧୯ ଭାଇରସ୍‌ର ସଂକ୍ରମଣ ଜନୀତ ଆପଦକାଳୀନ ସ୍ଥିତି ତଥା ଲକ୍‌ଡାଉନ ସମୟରେ ରାଜ୍ୟରେ ଯେପରି ଜଣେ ବି କେହି ଭୋକିଲା ନରୁହନ୍ତି । ଏପରି ଭାବେ ବେଶ୍‌ ସ୍ପଷ୍ଟ ଏବଂ ଦୃଢଭାବେ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସେହି ଆହ୍ବାନ ପ୍ରତି ବେଶ୍‌ ଉତ୍ସର୍ଗୀକୃତ ଭାବେ ରାଜ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ କାର୍ଯ୍ୟକରୁଛି । ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ସୁଷମ ଯୋଗାଣ ଏବଂ ବିତରଣ ପ୍ରତି ବିଭାଗ ଗୁରତ୍ବର ସହ ଧ୍ୟାନ ଦେଇ କାର୍ଯ୍ୟକରୁଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ। ସେ କହିଛନ୍ତି ବିଭାଗର ୫ ଶହ ଏସଇଓ ସ ସହକାରୀ ଏସଇଓ, ୧୬୬ ସହ ଶ୍ରମିକ ବେଶ୍‌ ତତ୍ପରତାରର ସହ ଖାଦ୍ୟ ସାମଗ୍ରୀ ଯୋଗାଣ ବ୍ୟବସ୍ଥାରେ କାର୍ଯ୍ୟକରୁଛନ୍ତି । ୩୭୪ ପରିବହନକାରୀ ଏବଂ ୧୧ଶହ  ନିଯୋଜୀତ ହୋଇଛନ୍ତି ।

{"id":251048,"sizeSlug":"large"}

ଶ୍ରୀ ଯାଦବ କହିଛନ୍ତି, କୋଭିଡ୍‌-୧୯ ପରିସ୍ଥିତିରେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ୩.୩ କୋଟି ହିତାଧିକାରୀଙ୍କୁ ଅପ୍ରେଲ୍‌, ମଇ ଓ ଜୁନ୍‌ ୩ ମାସ ପାଇଁ ୫.୬୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଅଗ୍ରୀମ ଚାଉଳ ଓ ଗହମ ଯୋଗାଇ ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୧୮,୪୭,୫୦୫ ପରିବାରଙ୍କୁ ୧୦୦୦ ଟଙ୍କା ହିସାବରେ ୧୮୪.୭୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥ ରାଶି ପ୍ରଦାନରେ ୩୬,୦୨୦ ନୂତନ ଯୋଗ୍ୟ ହିତାଧିକାରୀ ସାମିଲ ହୋଇଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାଜ୍ୟର ୧୨,୩୫୬ଟି ସୁଲଭ ମୂଲ୍ୟ ଦୋକାନ ଜରିଆରେ ୩୧,୯୦,୩୫୨ ପରିବାରଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ସାମାଜିକ ଦୂରତ୍ୱ ନିୟମ କଡ଼ାକଡ଼ି ପାଳନ କରାଯାଉଛି ।ଭିନ୍ନକ୍ଷମ ଏବଂ ବୟସ୍କ ନାଗରିକଙ୍କ ଘରେ ରାସନ ସାମଗ୍ରୀ ପହଞ୍ଚାଇ ଦିଆଯାଉଛି । ଦରଦାମ ନିୟନ୍ତ୍ରଣ ପାଇଁ ଦୋକାନବଜାରଗୁଡ଼ିକ ନିୟମିତ ଯାଞ୍ଚ ଓ ତଦାରଖ କରାଯାଉଛି । ରନ୍ଧନ ଗ୍ୟାସର ବିତରଣ ଏବଂ ପେଟ୍ରୋଲ୍,‌ ପମ୍ପରେ ବିକ୍ରିବଟା ମଧ୍ୟ ସଂପୂର୍ଣ୍ଣ ସ୍ୱାଭାବିକ ଅଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.