ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପାଇଁ କୋର୍ଟରେ ମାମଲା: ଜିଲ୍ଲାପାଳ, କେନ୍ଦ୍ର ଅର୍ଥ ଓ ଆଇନ ସଚିବଙ୍କୁ ସମନ

Published By : Prameya-News7 Bureau | September 11, 2020 IST

ଭଦ୍ରକ ୧୧।୦୯:  ସମଗ୍ର ବିଶ୍ଵ କାରୋନା ମହାମାରୀରେ କବଳିତ ହୋଇଛି । ଭାରତ ବର୍ଷରେ ମଧ୍ୟ ଲକ ଡାଉନ , ସର୍ଟ ଡାଉନ , ଜନତା କର୍ଫ୍ୟୁ , ଅନଲକ ଭଳି ସମସ୍ତ କଟକଣା ସତ୍ତ୍ୱେ ବି ମହାମାରୀ କମିବାରେ ନାଁ ଗନ୍ଧ ଧରୁନି । କଟକଣା ଯୋଗୁଁ ଜନସାଧାରଣଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହୋଇଛି ।  ବହୁ ଲୋକ ନିଜର ଜୀବନ ଜୀବିକା ହରାଇଛନ୍ତି । ଏମିତି ଦୁର୍ଦ୍ଦିନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ସଜାଡିବାକୁ ପ୍ରୟାସ କରି ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଏବେ ଆର୍ଥିକ ସହାୟତା ଦାବି କରିଛନ୍ତି ଭଦ୍ରକ ଜିଲ୍ଲାର ଆଇନଜୀବୀ । ମାନ୍ୟବର କନିଷ୍ଠ ଦେୱାନୀ କୋର୍ଟରେ ଆବେଦନରେ ଜିଲ୍ଲାପାଳ , କେନ୍ଦ୍ର ଅର୍ଥ ସଚିବ ଓ ଆଇନସଚିବଙ୍କୁ ପକ୍ଷଭୁକ୍ତ କରାଯାଇ ସମନ ଜାରି କରାଯାଇଛି।

କାରଣ ଏବେ କାରୋନା ସମୟରେ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ଦାବି ହେଉଛି। ଭଦ୍ରକ କୋର୍ଟର ଆଇନଜୀବୀ ଧନେଶ୍ଵର ମଲ୍ଲିକ ଏକ ମାମଲା ଦାୟର କରିଛନ୍ତି। ଏଥିରେ ଭଦ୍ରକ ଜିଲ୍ଲାପାଳ , କେନ୍ଦ୍ର ଅର୍ଥ ସଚିବ ଓ କେନ୍ଦ୍ର ଆଇନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ମାନ୍ୟବର କୋର୍ଟ ମଧ୍ୟ ମାମଲାକୁ ଗ୍ରହଣ କରି ତିନି ପକ୍ଷଙ୍କୁ ସମନ ପଠାଇଥିବା କହିଛନ୍ତି ଧନେଶ୍ଵର । ମାମଲାରେ ଆଇନଜୀବୀ, କନିଷ୍ଠ ଆଇନଜୀବୀଙ୍କୁ ସହାୟତା ଦାବି କରାଯାଇଛି। ପ୍ରତ୍ୟକ ଆଇନଜୀବୀଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଉ ଓ ବିନା ସୁଧରେ ୩ ଲକ୍ଷ ଟଙ୍କାର ଋଣ ଦିଆଯାଉ। କାରଣ ଭଦ୍ରକ କୋର୍ଟ ମାର୍ଚ୍ଚ ୨୭ ତାରିଖରୁ ବନ୍ଦ ରହିଛି । କେବଳ ଜରୁରୀକାଳିନ ଭିତ୍ତିରେ ବେଲ ଆବେଦନର ଶୁଣାଣି ହେଉଛି । ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ଥିବାରୁ ଏବେ ଆର୍ଥିକ ଅନଟନରେ ବହୁ ଆଇନଜୀବୀ ଦିନ କାଟୁଥିବାରୁ ଏମିତି ମାମଲା କରିଥିବା କହିଛନ୍ତି ଧନେଶ୍ଵର ।

ଆଇନଜୀବୀ ଙ୍କ କଲ୍ୟାଣ ପାଇଁ ଦେଶର ତଥା ରାଜ୍ୟର ବାର କାଉନସିଲ ଥିଲେ ବି କଲ୍ୟାଣ ପାଣ୍ଠିରୁ ସେମାନଙ୍କୁ କୌଣସି ଆର୍ଥିକ ସହାୟତା ଦିଆଯାଇନାହିଁ । ଏମିତି ଭୋକ ଉପାସରେ କାଳାତିପାତ କରିବା ପରେ ଭଦ୍ରକର ଜନୈକ ଆଇନଜୀବୀ ଧନେଶ୍ବର ମଲ୍ଲିକ ଓକିଲମାନଙ୍କୁ ମାହାମାରୀ ଆଇନ ମୁତାବକ ଆର୍ଥିକ ସହାୟତା ପ୍ରଦାନ ପାଇଁ ଭଦ୍ରକ କନିଷ୍ଠ ଦେୱାନି ଜଜଙ୍କ ଅଦାଲତରେ ସି.ଏସ.ନଂ-୨୪୧/୨୦୨୦ ମାମଲା ଆଗତ କରିଛନ୍ତି ।  ଆଇନଜୀବୀମାନଙ୍କୁ କରୋନା ମାହାମାରୀ ସମୟେ ମହାମାରୀ ଆଇନ ଅନୁଯାୟି ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବାକୁ ମାନ୍ୟବର କୋର୍ଟଙ୍କୁ ନିବେଦନ କରିଛନ୍ତି ।

ଭଦ୍ରକ ଓକିଲ ସଂଘରେ ପ୍ରାୟ ୧୫୦୦ରୁ ଅଧିକ ଆଇନଜୀବୀ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ଏକ ହଜାର ହେଉଛନ୍ତି କନିଷ୍ଠ ଆଇନଜୀବୀ। ତା ସହ ଭେଣ୍ଡର ଓ ମୋହରିରଙ୍କ କାର୍ଯ୍ୟ ମଧ୍ୟ ଠପ ହୋଇଯାଇଛି । ଭଦ୍ରକ କୋର୍ଟରେ ଭେଣ୍ଡରଙ୍କ ସଂଖ୍ୟା ପ୍ରାୟ ୧୦୦୦ରୁ ଅଧିକ । ଆଇନଜୀବୀଙ୍କ ପାଇଁ କାର୍ଯ୍ୟ କରୁଥିବା ପ୍ରାୟ ୧୫୦୦ରୁ ଅଧିକ ମୋହରୀ ମଧ୍ୟ ପ୍ରଭାବିତ ହୋଇଛନ୍ତି । କୋର୍ଟ କାର୍ଯ୍ୟକୁ ସୀମିତ କରାଯାଇଥିବାରୁ ଆଉ କୌଣସି ପ୍ରକାର କାର୍ଯ୍ୟ ହୋଇପାରୁ ନାହିଁ । ଲୋକେ ମଧ୍ୟ କୋର୍ଟକୁ ଆସୁନାହାନ୍ତି । ଏମିତି ଅସମୟ ରେ ଭେଣ୍ଡର ସଂଘ ଓ ମୋହରିର ସଂଘ ମଧ୍ୟ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି। ଜିଲ୍ଲା ରେ ପ୍ରାକୃତିକ ବିପର୍ଯୟ ବିଭାଗ ର ମୁଖ୍ୟ ଜିଲ୍ଲାପାଳ ହୋଇଥିବାରୁ ତାଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.