ଗର୍ବର କ୍ଷଣ ! ଜାତିସଂଘ ସୁରକ୍ଷା ପରିଷଦରେ ଉଡିବ ଭାରତର ଜାତୀୟ ପତାକା

Published By : Prameya-News7 Bureau | January 04, 2021 IST

ନୂଆଦିଲ୍ଲୀ ୦୪।୦୧: ଭାରତ ପାଇଁ ଆଜିର ଦିନ ଏକ ଗର୍ବର ଦିନ । ଜାତିସଂଘର ସୁରକ୍ଷା ପରିଷଦରେ ସୋମବାର ଦିନ ଭାରତୀୟ ଜାତୀୟ ପତାକା ଲଗାଯିବ । ଦେଶ ଏହି ଜାତିସଂଘର ଏହି ଶକ୍ତିଶାଳୀ ପରିଷଦକୁ ୨ ବର୍ଷ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି । ଯାହାର କାର୍ଯ୍ୟକାଳ ଆଜିଠାରୁ ଆରମ୍ଭ ହେଉଛି । ତେବେ ଭାରତ ସହିତ  ଅନ୍ୟ ଚାରୋଟି ଦେଶକୁ ମଧ୍ୟ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ କରାଯାଇଛି। ଏହି ସମସ୍ତ ଦେଶରେ ଜାତୀୟ ପତାକା ଏକ ସ୍ୱତନ୍ତ୍ର ସମାରୋହରେ ଲଗାଯିବାର କାର୍ଯ୍ୟକ୍ରମ ରହିଛି ।  

ଜାତି ସଂଘରେ ଭାରତ ପକ୍ଷରୁ ସ୍ଥାୟୀ ପ୍ରତିନିଧିତ୍ୱ କରୁଥିବା , ରାଜଦୂତ ଟିଏସ୍‌ ତିରୁମୂର୍ତ୍ତି ତିରଙ୍ଗ୍ରା ଲଗାଇବା ସହ ସମାରୋହରେ ଭାଷଣ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଭାରତ ୨୦୨୧ ଅଗଷ୍ଟରୁ ଜାତିସଂଘର ସୁରକ୍ଷା ପରିଷଦର ଅଧ୍ୟକ୍ଷତା ସମ୍ଭାଳିବ । ଏହାପରେ ୨୦୨୨ରେ ଏକ ମାସ ପାଇଁ ଅଧ୍ୟକ୍ଷ ରହିବ । ପରିଷଦରେ ସଦସ୍ୟ ଦେଶର ଜାତୀୟ ପତାକା ଲଗାଇବା ପରମ୍ପରା ୨୦୧୮ରୁ ଆରମ୍ଭ ହୋଇଛି । ପ୍ରଥମ ଦେଶ ଭାବେ କାଜକିସ୍ତାନ ଦେଶ ଠାରୁ ଆରମ୍ଭ ହୋଇଛି ।

ସେହିପରି ଭାରତ ସହିତ ମରଓ୍ୱେ, କେନିଆ, ଆୟରଲ୍ୟାଣ୍ଡ ଓ ମେକ୍ସିକୋ ଜାତି ସଂଘର ସୁରକ୍ଷା ପରିଷଦରେ ଅସ୍ଥାୟୀ ସଦସ୍ୟ ଅଛନ୍ତି । ଏହି ପାଞ୍ଚ ଦେଶଙ୍କ ବ୍ୟତୀତ ଏଷ୍ଟୋନିଆ, ନାଇଜର, ସେଣ୍ଟ-ଭିସେଣ୍ଟ ଆଣ୍ଡ ଦ ଗ୍ରେନେଟାଇନ୍ସ, ଟ୍ୟୁନିସିଆସ ଏବଂ ଭିଏତନାମା ଅସ୍ଥାୟୀ ସଦସ୍ୟ ରହିଥିବା ବେଳେ ଚୀନ୍‌, ଫ୍ରାନ୍ସ, ରୁଷ, ବ୍ରିଟେନ୍‌ ଏବଂ ଆମେରିକା ସ୍ଥାୟୀ ସଦସ୍ୟ ଭାବେ ରହିଛନ୍ତି ।  

wp:embed {"url":"http://www.prameyanews7.com/india-elected-to-unsc-with-overwhelming-majority/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/india-elected-to-unsc-with-overwhelming-majority/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.