କଟକଣା କୋହଳ ହେବା ମାତ୍ରେ ପୁଣି ନିଜ ରୂପ ଦେଖାଇଲେ କାଶ୍ମୀର ବାସୀ, ଶ୍ରୀନଗରରେ ବିଶାଳ ବିକ୍ଷୋଭ

Published By : Prameya-News7 Bureau | August 10, 2019 IST

ଶ୍ରୀନଗର ୧୦।୮: କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହୃତ ହେବା ପରେ  ରାଜଧାନୀ ଶ୍ରୀନଗରରେ ଜନତା ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମୁଖ୍ୟ ମସଜିଦରେ ମଧ୍ୟାହ୍ନ ନମାଜ ପରେ ଉତ୍ତେଜିତ ଲୋକେ ସମସ୍ତ ନିୟମ କାନୁନଭାଙ୍ଗି ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ସୁରକ୍ଷା କର୍ମୀଙ୍କ ଉପରକୁ ପୂର୍ବଭଳି ଟେକାପଥର ମାଡ କରିଥିଲେ। ଏହାର ଜବାବରେ ବିକ୍ଷୋଭକାରୀଙ୍କୁ ଘଉଡାଇବା ଲାଗି ପୋଲିସ ରବର ବୁଲେଟ ଓ ଲୁହବୁହା ବାସ୍ପ ପ୍ରୟୋଗ କରିଥିଲା। ତେବ ସୁରକ୍ଷା କର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ।

{"id":142969}

ବିକ୍ଷୋଭକାରୀ ୩୭୦ ଉଚ୍ଚେଦ ନୁହେଁ ସ୍ୱାଧୀନତା ଆମର ଦାବି ବୋଲି ସ୍ଲୋଗାନ ଦେବା ସହ ସୁରକ୍ଷା କର୍ମୀଙ୍କ ଉପରକୁ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ। ତେବେ ସରକାର ପୂର୍ବରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ଲାଗି ସମଗ୍ର ଜମ୍ମୁ ଓ କାଶ୍ମୀରର ସୁରକ୍ଷା କଡା କଡି କରିବା ସହ ପ୍ରାୟ ୭ ଲକ୍ଷ ସୁରକ୍ଷା କର୍ମୀଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରି ଧାରା ୧୪୪ ଲାଗୁ କରିଥିଲେ। ତେବେ ଆଗକୁ ଇସ୍ଲାମ ଧର୍ମର ବକରଇଦ ପର୍ବକୁ ଦେଖି ଏଥିରେ ସାମାନ୍ୟକୋହଳ କରାଯାଇଥିବା ବେଳେ କାଶ୍ମୀରବାସୀ ସେମାନଙ୍କର ଉଗ୍ର ରୂପ ଦେଖାଇଛନ୍ତି।

{"id":142970}

ଅଗଷ୍ଟ ୫ ତାରିଖରେ ଜମ୍ମୁ ଓ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଏହାକୁ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶରେ ପରିଣତ କରିଛନ୍ତି। ରାଜ୍ୟର ନିଜ ସମ୍ପର୍କିତ ନିଷ୍ପତ୍ତି ନେବାର ସାମ୍ବିଧାନିକ ଅଧିକାର ସମାପ୍ତ ହୋଇଥିବା ବେଳେ ରାଜ୍ୟବାସୀ କିନ୍ତୁ ଏଥିରେ ସନ୍ତୁଷ୍ଟ ନୁହଁନ୍ତି। କେନ୍ଦ୍ରଶାସିତ ପ୍ରଦେଶ ଘୋଷଣା ପରେ ବି ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିଛନ୍ତି। କାଶ୍ମୀର ବିଶ୍ୱବିଦ୍ୟାଳୟର ଜନୈକ କାର୍ଯ୍ୟକର୍ତ୍ତା ସୁରକ୍ଷା ବଳଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି । କେନ୍ଦ୍ରଶାସିତ ପ୍ରଦେଶର ମାନ୍ୟତା କେବେ ବି କାଶ୍ମୀରର ଦାବି ନଥିଲା କି ଏହାକୁ ଆମେ ସ୍ୱୀକାର କରିବାକୁ ବାଧ୍ୟ ନୁହେଁ ବୋଲି ସେ କହିଛନ୍ତି ।  ଏଣୁ ଆମକୁ ଭାରତ ସରକାରଙ୍କ ବିରୋଧରେ ବିକ୍ଷୋଭ କରିବାକୁ ଦିଆଯିବା ଦରକାର ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.