CAA ନିଆଁ ଡେଉଁଛି : ଉତ୍ତରପ୍ରଦେଶର ନଦଓ୍ବା କଲେଜରେ ତାଲା, ଜାମିଆ ଛାତ୍ରଙ୍କୁ ସମର୍ଥନ

Published By : Prameya-News7 Bureau | December 16, 2019 IST

ଲକ୍ଷ୍ନୌ୧୬।୧୨: ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ଜାମିୟା ମିଲିୟା ଇସଲାମିଆ ବିଶ୍ୱବିଦ୍ୟାଳୟର ଆଖପାଖ ଅଞ୍ଚଳରେ ହୋଇଥିବା ହିଂସା ପ୍ରଦର୍ଶନର ନିଆଁ ଉତ୍ତରପ୍ରଦେଶକୁ ବ୍ୟାପିଛି । ଆଜି ନଦୱା କଲେଜରେ ମଧ୍ୟ ହିଂସା ଦେଖିବାକୁ ମିଳିଛି । ପରିସ୍ଥିତିକୁ ଦେଖି କଲେଜ ବାହାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

wp:core-embed/twitter {"url":"https://twitter.com/ANINewsUP/status/1206452798042210305","type":"rich","providerNameSlug":"twitter","className":""}
https://twitter.com/ANINewsUP/status/1206452798042210305
/wp:core-embed/twitter

ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ ବିରୋଧରେ  ହିଂସା ବ୍ୟାପୁଥିବା ଦେଖି ଉତ୍ତରପ୍ରଦେଶର ୬ଟି ଜିଲ୍ଲାରେ ଇଣ୍ଟରନେଟ ସେବା ଉପରେ କଟକଣା ଲଗାଯାଇଥିବା ବେଳେ ଧାରା ୧୪୪ ଲାଗୁ କରି ଦିଆଯାଇଛି ।  ଏହି ଜିଲ୍ଲା ଗୁଡ଼ିକ ହେଲା ଆଲିଗଡ଼, ବୁଲନ୍ଦସହର, କାସଗଞ୍ଜ, ମେରଠ ଓ ସାହାରାନପୁର। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶାନ୍ତି ପାଇଁ ଲୋକଙ୍କ ନିକଟରେ ଅପିଲ କରିଛନ୍ତି ।  ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଶାନ୍ତି ପାଇଁ ନାଗରିକତା ସଂଶୋଧନ ଆଇନର ସଂଦର୍ଭରେ କିଛି ଅସାମାଜିକ ଲୋକ ଭୁଲ ବାର୍ତ୍ତା ଦେଉଛନ୍ତି । ତେଣୁ ଲେକେ ଏସବୁ କଥାକୁ ଗ୍ରହଣ ନ କରନ୍ତୁ । ପୂର୍ବରୁ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟକୁ ଆସନ୍ତା ଜାନୁଆରୀ ୫ ଯାଏଁ ଛୁଟି ଘୋଷଣା କରାଯାଇଛି । ଏ ନେଇ ବିଶ୍ୱବିଦ୍ୟାଳୟର କୁଳସଚିବ ଅବଦୁଲ ହମୀଦ ସୂଚନା ଦିଆଯାଇଛି । ବିଶ୍ୱବିଦ୍ୟାଳୟର ପରିସ୍ଥିତି ଠିକ ହେବା ଯାଏଁ ବନ୍ଦ ରହିବ ବୋଲି କୁଳସଚିବ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.