ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଘରୋଇ ସଂସ୍ଥା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଦରମା ନମିଳିବାରୁ କରୁଥିଲେ ଅନଶନ

Published By : Prameya-News7 Bureau | October 01, 2020 IST

ଝାରସୁଗୁଡା, ୦୧ ।୧୦: ଝାରସୁଗୁଡା ଜିଲ୍ଲାପାଳ ଅଫିସ ସମ୍ମୁଖରେ ଅନଶନରେ ବସିଥିବା ଜଣେ କର୍ମଚାରୀ ଶରୀରରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଅନ୍ୟ ଅନଶନକାରୀମାନେ ଉଦ୍ଧାର କରିଥିଲେ । ଫଳରେ ଏକ ବଡ ଧରଣର ଅଘଟଣ ଟଳିଯାଇଛି । ଏକ ଘରୋଇ ସଂସ୍ଥା ୮ ମାସ ହେଲା ଦରମା ନଦେବା ପ୍ରତିବାଦରେ ଏହି ଅନଶନ ଚାଲିଥିଲା ।

ସୂଚନାନୁସାରେ, ଏକଜିକ୍ୟୁଟିଭ ସିକ୍ୟୁରିଟି ସଂସ୍ଥା କର୍ମଚାରୀଙ୍କୁ ୮ ମାସର ଦରମା ଦେଉନଥିଲା   । ସେଥିପାଇଁ ୪ ଦିନ ହେଲା ରିଲେ ଅମଶନରେ ବସିଥିଲେ ସଂସ୍ଥାର ୧୬୮ ଜଣ କର୍ମଚାରୀ । ତେବେ ୪ ଦିନ ଭିତରେ ସେମାନଙ୍କ ଦାବି କେହି ନଶୁଣିବାକୁ ଜଣେ ଅନଶନକାରୀ ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁବାର  ଅନଶନର ଚତୁର୍ଥ ଦିନରେ ପହଞ୍ଚି ଥିବା ବେଳେ ଜିଲ୍ଳା ପ୍ରଶାସନ ପକ୍ଷରୁ କେହି ବି ଅଧିକାରୀ ସେମାନଙ୍କ ନିକଟକୁ ନ ଆସିବାରୁ ଜଣେ ଅନଶନକାରୀ ନୀଳାମ୍ବର ଦଣ୍ଡସେନା ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।  ସାଥି ଆନ୍ଦୋଳନକାରୀମାନେ ତାଙ୍କୁ ବଞ୍ଚାଇ ଥିଲେ। ପରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲା । ସେହିପରି ଘଟଣାସ୍ଥଳରେ ବିଜେପି ଜିଲ୍ଲା ସଭାପତିଙ୍କ ସମେତ ଦଳୀୟ ନେତା ପହଁଚିଥିଲେ ।ଏହି ଘଟଣାରେ ଜିଲ୍ଲାପାଳ ହସ୍ତକ୍ଷେପ କରି  ୭ ଦିନ ମଧ୍ୟରେ ସମସ୍ତ ପ୍ରାପ୍ୟ ପ୍ରଦାନର ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନରୁ ଅନଶନରେ ବସିଥିବା କର୍ମଚାରୀମାନେ ହଟିଛନ୍ତି  ।

{"id":337191,"sizeSlug":"large"}

ସୂଚନାଯୋଗ୍ୟ,  ଝାରସୁଗୁଡାସ୍ଥିତ ବୁଢ଼ୀପଦର, ସାରସମାଲ ଓ ବ୍ରଜରାଜନଗର ସ୍ଥିତ ରେମଜା ବିଦ୍ୟୁତ ଗ୍ରୀଡ଼ରେ ଠିକା ଶ୍ରମିକ ରୂପେ ଏକଯିକ୍ୟୁଟିଭ ସିକ୍ୟୁରିଟି ସଂସ୍ଥାରର କାମ କରୁଥିବା ୧୬୮ ଜଣ ସୁରକ୍ଷାକର୍ମୀ ଦୀର୍ଘ ୮ ମାସ ହେଲାଣି ଦରମା ପାଇନାହାଂନ୍ତି ।  ଏନେକ ଥର ବିଭାଗୀୟ କର୍ତ୍ତୃପକ୍ଷ, ଜିଲାପାଳଙ୍କୁ ଲିଖିତ ଜଣାଇଥିଲେ ବି ପ୍ରାପ୍ୟ ମିଳୁନାହିଁ। ଗତ ୨୮ ତାରିଖ ଠାରୁ ଏହି ଅଭିଯୋଗ ନେଇ ସମସ୍ତ ଠିକା ଶ୍ରମିକ ଜିଲାପାଳ ଅଫିସ ସମ୍ମୁଖରେ ରିଲେ ଅନଶନରେ ବସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.