ଇଣ୍ଟରନେଟ୍ ଉପରେ କଟକଣା, ବହୁଳ ବ୍ୟବହାର ହେଲା ଏହି ଦୁଇଟି ଅଫଲାଇନ୍ ଚାଟ୍ ଆପ୍‌

Published By : Prameya-News7 Bureau | December 22, 2019 IST

ନୂଆଦିଲ୍ଲୀ ୨୨।୧୨: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶର କେତେକ ସ୍ଥାନରେ କରାଯାଉଥିବା ବିକ୍ଷୋଭକୁ ବିରୋଧ କରି ଇଣ୍ଟରନେଟ୍ ସର୍ଭିସ୍ ଉପରେ କଟକଣା ଲଗାଯାଇଥିଲା । ଫଳରେ ବ୍ରିଜଫାଇ, ଫାୟାର ଚାଟ୍ ଭଳି ଅଫଲାଇନ୍ ମେସେଜିଂ ଆପ୍ ର ବ୍ୟବହାର ହେଉଥିବା ଦେଖାଯାଇଥିଲା । ଚୀନ୍ ର ହଙ୍ଗକଙ୍ଗରେ ମଧ୍ୟ ଆନ୍ଦୋଳନ ସମୟରେ ଏହି ଦୁଇଟି ଆପ୍ ର ବ୍ୟବହାର ବହୁଳଭାବେ ହୋଇଥିଲେ । ତେବେ ଭାରତରେ ମଧ୍ୟ ଏହି ଦୁଇଟି ଆପ୍ ର ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଛି ।

{"id":200461,"sizeSlug":"large"}

ଏହି ଆପ୍ ଜରିଆରେ କମ୍ ଦୂରରୁ ବ୍ଲୁଟୁଥ୍ କନେକସନ୍ କରି ବାର୍ତାର ଆଦାନ ପ୍ରଦାନ କରାଯାଇଥାଏ । ଆମେରିକାର ଆପ୍ ଇଣ୍ଟେଲିଜେନ୍ସ ଫର୍ମ ଏପୋଟେପିୟାର ଅନୁସନ୍ଧାନ ଅନୁସାରେ, ୧୨ଡିସେମ୍ବରରେ ଯେତେବେଳେ ଆସାମ ଓ ମେଘାଳୟରେ ଇଣ୍ଟରନେଟ୍ ଉପରେ କଟକଣା ଲଗାଯାଇଥିଲା ସେତେବେଳେ ବ୍ରିଜଫାଇ ଆପ୍ ଡାଉନଲୋଡ୍ ଏବଂ ତାହାର ବ୍ୟବହାର ଅନ୍ୟୁନ ୮୦ଗୁଣା ବଢିଯାଇଥିଲା । ଆଉ ବର୍ତ୍ତମାନ ଏହି ଦୁଇଟି ରାଜ୍ୟ ଓ ଏହାର ବାହାରେ ଇଣ୍ଟରନେଟ୍ ଉପରେ କଟକଣା ଲଗାଯିବା ଫଳରେ ଏଭଳି ଆପ୍ ର ଡାଉନଲୋଡ୍ ମଧ୍ୟ ବଢିଯାଇଛି ।

{"id":200459,"sizeSlug":"large"}

ଇଣ୍ଟରନେଟ୍ ଉପରେ କଟକଣା ଲଗାଯିବା ପୂର୍ବରୁ ଦେଶରେ ବ୍ରିଜଫାଇ ଆପ୍ ପ୍ରତିଦିନ ଅନ୍ୟୁନ ୨୫ ଥର ଡାଉନଲୋଡ୍ ହେଉଥିଲା । ମାତ୍ର ୧୩ ଡିସେମ୍ବର ପରେ ଏହା ଶହେ ଗୁଣା ବୃଦ୍ଧି ହୋଇଛି । ପ୍ରତିଦିନ ୨,୬୦୯ ଥର ଏହା ଡାଉନଲୋଡ୍ ହେଉଛି । ଏହାର ଆକ୍ଟିଭ ୟୁଜର ବେସରେ ମଧ୍ୟ ପ୍ରାୟ ୬୫ ଗୁଣା ବୃଦ୍ଧି ପାଇଛି। ୧୧ ଡିସେମ୍ବର ପୂର୍ବରୁ ୧୮୪ ଜଣ ଲୋକ ଏହାକୁ ବ୍ୟବହାର କରୁଥିବାବେଳେ ୧୨ ଡିସେମ୍ବରରୁ ଏହା ୧୨,୧୧୮ରେ ପହଁଞ୍ଚିଛି। ଦିଲ୍ଲୀର କିଛି ଅଞ୍ଚଳରେ ଇଣ୍ଟରନେଟ୍ ଉପରେ କଟକଣା ଲଗାଯିବା ପରେ ଆପ୍ ଡାଉନଲୋଡ୍ ଓ ଏହାର ବ୍ୟବହାର ୩୦ ଗୁଣା ବଢିଯାଇଛି।

{"id":200462,"sizeSlug":"large"}

ବ୍ରିଜଫାଇ ମଧ୍ୟ ନିଜ ଟ୍ବିଟର ପେଜ୍ ରେ ସ୍ପଷ୍ଟ କରିଛି ଯେ, ଭାରତରେ ତାର ବ୍ୟବହାର ବଢିଯାଇଛି । ବ୍ରିଜଫାଇ କହିଛି ଯେ, କମ୍ପାନୀ କ୍ଷୀପ୍ରଗତିରେ ମେସେଜ୍ ଟ୍ରାନ୍ସଫର କରିବାରେ ୟୁଜର୍ସଙ୍କୁ ସାହାଯ୍ୟ କରୁଛି । ସେହିଭଳି ୧୩ରୁ ୧୮ ଡିସେମ୍ବର ମଧ୍ୟରେ ଫାୟାର ଚାଟ୍ ଆପ୍ ର ଡାଉନଲୋଡ୍ ୧୮ଗୁଣା ବଢିଯାଇଛି । ଏହି ଆପ୍ ର କମ୍ ୟୁଜର୍ସ ଅଛନ୍ତି । କିନ୍ତୁ ବିକ୍ଷୋଭ ପ୍ରଦର୍ଶନ ସହ ଏହି ଆପ୍ ର ୟୁଜର୍ସ ମଧ୍ୟ ବଢି ବଢି ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.