ଆଇନ୍‌କୁ ହାତକୁ ନେଲେ ଆନ୍ଦୋଳନକାରୀ: ବିନା କାରଣରେ ଯୁବକଙ୍କୁ ପିଟିଲେ, ପୋଲିସ୍ ସାମ୍ନାରେ ବି ଦାଦାଗିରି

Published By : Prameya-News7 Bureau | March 09, 2020 IST

ବଲାଙ୍ଗୀର୯/୩: ଆନ୍ଦୋଳନକାରୀଙ୍କ ଉତ୍ପାତ। ରାସ୍ତା ରୋକବେଳେ ସେହି ରାସ୍ତା ଯାଉଥିବା ସାଧାରଣ ଯାତ୍ରୀଙ୍କୁ ମାଡ଼ ମାରିଲେ ଆନ୍ଦୋଳନକାରୀ ବଣିକ ସଂଘ ସଦସ୍ୟ। ସେତିକିରେ କଥା ସରିଲା ନାହିଁ। ମାଡ଼ ଖାଇଥିବା ଯୁବକ ପୋଲିସ୍‌ରେ ଅଭିଯୋଗ ପରେ ପୁଣି ବଣିକ ସଂଘ ସଦସ୍ୟଙ୍କଠାରୁ ମାଡ଼ ଖାଇଲେ। ତାହା ପୁଣି ପୋଲିସ୍‌ ସାମ୍ନାରେ। ବଲାଙ୍ଗୀରରେ ଘଟିଛି ଏହି ଘଟଣା। ଏହାକୁ ନେଇ ସାରା ଜିଲ୍ଲାରେ ଆଲୋଡ଼ନ।

{"id":235564,"sizeSlug":"large"}

ରାଜ ରାସ୍ତାରେ ପଡ଼ିଲା କଥା। ଶେଷରେ ନିରୀହ ଯୁବକ ବଳି ପଡିଗଲେ। ବେଆଇନ ଭାବେ ରାସ୍ତା ରୋକ କରିଥିବା ବେଳେ ଯୁବକଙ୍କୁ  ଅଟକାଇ ମାଡ ମାରିଲେ ବଣିକ ସଂଘ। ଯାହା ଏବେ ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ବଲାଙ୍ଗୀର ସହରରେ ବିଭିନ୍ନ ଦୋକାନର ମାଲ ଲୋଡ, ଅନଲୋଡ କରୁଥିବା ଶ୍ରମିକମାନେ ମଜୁରି ବୃଦ୍ଧି ନେଇ ୫ ଦିନ ହେଲା କାମ ବନ୍ଦ ଆନ୍ଦୋଳନ କରିଥିଲେ।

{"id":235566,"sizeSlug":"large"}

ଏ ନେଇ ଜଣେ ବ୍ୟବସାୟୀଙ୍କ ଗାଡି ସହରରେ ପହଞ୍ଚିଥିଲା। ଶ୍ରମିକମାନେ ଆନ୍ଦୋଳନ ଜାରି ରଖିଥିବାରୁ ବ୍ୟବସାୟୀ ଜଣଙ୍କ  ରିସ୍କା ବାଲାଙ୍କ ହାତରେ ଅନଲୋଡ କାମ କରାଇଥିଲେ। ହେଲେ ଆନ୍ଦୋଳନ ରତ ଶ୍ରମିକମାନେ ଏହାକୁ ବିରୋଧ କରିଥିଲେ। ଏ ନେଇ ବ୍ୟବସାୟୀ ଓ ଶ୍ରମିକଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା। ଏ ନେଇ ଟାଉନ ଥାନା ପିସିଆର ଭ୍ୟାନରେ ଜଣେ ଶ୍ରମିକଙ୍କୁ ଉଠାଇ ନେଇଥିବା ଶ୍ରମିକମାନେ ଅଭିଯୋଗ କରିଥିଲେ।

{"id":235567,"sizeSlug":"large"}

ସେପଟେ ଏ ନେଇ ଆଇଆଇସି ଓ ଜଣେ ବ୍ୟବସାୟୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ବ୍ୟବସାୟୀ ଜଣଙ୍କୁ ଆଇଆଇସି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଜିଲ୍ଲା ବଣିକ ସଂଙ୍ଘ ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ଥାନା ଘେରାଉ ଓ ରାଜରାସ୍ତାକୁ ବେଆଇନ ଭାବେ ଅବରୋଧ କରିଥିଲେ। ଏ ନେଇ ଯାତାୟତ କରୁଥିବା ଲୋକଙ୍କୁ ବହୁ ହଇରାଣ ହେବାକୁ ପଡିଥିଲା। ଧାରଣା ଦେବା ଓ ରାସ୍ତା ରୋକ କରିଥିବା ବ୍ୟବସାୟୀ ଲୋକଙ୍କୁ ଦୁର୍ବ୍ୟବହାର କରିବା ସହ ଉତ୍ତ୍ୟକ୍ତ ହୋଇଥିଲେ।

{"id":235568,"sizeSlug":"large"}

 ଏ ନେଇ କଚେରି ଛକ ଦେଇ ଜଣେ ସହର ବାସିନ୍ଦା ଦେବାନ୍ଦ ସାହୁ ଯାଉଥିବା ବେଳେ ତାଙ୍କୁ ଅଟକାଇଥିଲେ ରାସ୍ତାରେ ଯାଇପାରିବେ ନାହିଁ ବୋଲି କହିଥିଲେ। ଏ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ସହ ଗାଳି ଗୁଲଜ ମଧ୍ୟ ହୋଇଥିଲା। ଏନେଇ ଯୁବକଙ୍କୁ କିଛି ବ୍ୟବସାୟୀ ମାଡ ମାରିଥିଲେ। ଗୁରତର ଅବସ୍ଥାରେ ଥାନାରେ ପହଞ୍ଚିଥିଲେ।

{"id":235569,"sizeSlug":"large"}

ଆକ୍ରମଣରେ ଶିକାର ହୋଇଥିବା ଯୁବକଙ୍କ ସାଙ୍ଗ ଧରି ଏସଡିପିଓ  ଆନ୍ଦୋଳନ ସ୍ଥଳରେ ପହଞ୍ଚିଥିଲେ। କିଏ ମାରିଲା ବୋଲି ଏସ୍‌ଡିପିଓ ପ୍ରଶ୍ନ କରିଥିଲେ। ପୁଣି ବଣିକ ସଂଘର ସଭାପତି ତ୍ରିପୁରାଣି ପାଣିଗ୍ରାହି ଯୁବକଙ୍କୁ ମାଡ ମାରିଥିବା ସୂଚନା ମିଳିଥିଲା। ଏହା ପରେ ପୁଣି  ଏସଡିପିଓଙ୍କ ସାମ୍ନାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାକୁ ପୋଲିସ୍‌ ଓ ପ୍ରଶାସନ ହାଲୁକା ଭାବେ ନେଇଥିବା ବିଭିନ୍ନ ମହଲରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.