ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ : ମୂର୍ତ୍ତି ଭାଙ୍ଗି ଉପରେ ଖଲିସ୍ତାନୀ ପତାକା ଉଡ଼ାଇଲେ ଦୁର୍ବୃତ୍ତ
13/12/2020 at 1:29 PM

ୱାସିଂଟନ ୧୩/୧୨: ଆମେରିକାରେ ବିକ୍ଷୋଭ ପ୍ରଦର୍ଶନ ବେଳେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କରାଯାଇଛି ଅସଦାଚରଣ। ଆମେରିକାର ରାଜଧାନୀ ୱାସିଂଟନରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ଖଲିସ୍ଥାନୀ ପତାକା ଉଡ଼ାଇଛନ୍ତି କିଛି ଦୁର୍ବୃତ୍ତ।
ସେମାନେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିଭିନ୍ନ ନାରା ଲେଖି ପୋଷ୍ଟର ମାରିବା ସହିତ ପ୍ରତିମୂର୍ତ୍ତି ଉପରେ ଖଲିସ୍ଥାନୀ ପତାକା ଉଡ଼ାଇଥିଲେ। ୱାସିଂଟନ୍ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏହାର ଦୃଢ଼ ବିରୋଧ କରାଯିବା ସହିତ ଆମେରିକାର ସୁରକ୍ଷା ଏଜେନସୀ ଗୁଡ଼ିକ ନିକଟରେ ଦୃଢ଼ ପ୍ରତିବାଦ ଉପସ୍ଥାପନ କରାଯାଇଛି।
Related Posts
ପୁଣି ଜାମ୍ମୁ-କାଶ୍ମୀରରେ ଭୂକମ୍ପ ଝଟ୍କା, ରିକ୍ଟର ସ୍କେଲରେ ତୀବ୍ରତା ୪.୧
16 January 2021