ସୁନ୍ଦରଗଡ ଡୋଲାମାଇଟ୍ ଖଣି ସଂପ୍ରସାରଣ ପାଇଁ ଜନଶୁଣାଣିକୁ ସ୍ଥାନୀୟବାସିନ୍ଦାଙ୍କ ବିରୋଧ

Published By : Prameya-News7 Bureau | October 03, 2018 IST

ସୁନ୍ଦରଗଡ ୩|୧୦: ଡୋଲାମାଇଟ ଖଣି ସଂପ୍ରସାରଣ ପାଇଁ ଜନଶୁଣାଣିକୁ ବିରୋଧ । ସୁନ୍ଦରଗଡ଼ ରାଜଗାଙ୍ଗପୁର ଓଡ଼ିଶା ସିମେଣ୍ଟ ଲିମିଟେଡ଼ର ଲାଂଜିବେର୍ଣ୍ଣ। ସ୍ଥିତ ଡୋଲାମାଇଟ ଖଣି ସଂପ୍ରସାରଣ ପାଇଁ ଜନଶୁଣାଣୀକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି। ତେଣୁ ଆଦିବାସୀମାନେ ସେମାନଙ୍କର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସାରା ରାତି ରାଜରାସ୍ତାରେ ବସିଛନ୍ତି । କଂପାନୀର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ସଂପ୍ରସାରଣ କରାଗଲେ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ବଢିବ ବୋଲି ଆନ୍ଦୋଳନକାରୀ କହିଛନ୍ତି । ତେଣୁ ସ୍ଥାନୀୟ ୫ ଟି ପଞ୍ଚାୟତର ଲୋକେ ବିରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ବରେ ଏହି ଆନ୍ଦୋଳ ଚଳାଇଛନ୍ତି ।ଜନଶୁଣାଣୀ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଆଜି ସମସ୍ତ ପ୍ରସ୍ତୁତି ହୋଇଛି । କିନ୍ତୁ କାଲି ଠାରୁ ସାରା ରାତି ଆଦିବାସୀ ମାନେ କଂପାନୀ ଫାଟକ ସମ୍ମୁଖରେ ବସିଥିବାରୁ ଜନଶୁଣାଣୀ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ସେହିଭଳି ଗତ କିଛି ମାସ ହେବ ସୁନ୍ଦରଗଡ ଜିଲ୍ଲାରେ ଆଦିବାସୀ ଓ ମୁଳ ଅଧିବାସୀ ମାନେ ପେସା ଆଇନକୁ ଲାଗୁ କରିବା ଦାବି କରିଆସୁଛନ୍ତି । ଆଇନ ଶୃଙ୍ଖଳାଙ୍କୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୧୮ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.