Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବଢୁଛି ପ୍ରତିବାଦର ସ୍ୱର

3/09/2019 at 8:29 PM

ଭୁବନେଶ୍ୱର ୩।୯- ବିବାଦରେ ଇସ୍କନର ଅଦିନିଆ ରଥଯାତ୍ରା । ନ୍ୟୁଜ୭ରେ ଏ ନେଇ ଖବର ପ୍ରସାରଣ ପରେ ଏଭଳି ଅଦିନିଆ ରଥଯାତ୍ରା ବିରୋଧରେ ବଢୁଛି ପ୍ରତିବାଦର ସ୍ୱର । ଏ ନେଇ ଇସ୍କନକୁ ଲିଗାଲ ନୋଟିସ୍ ମଧ୍ୟ ଜାରି କରାଯାଇଛି । ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ପଶ୍ଚିମବଙ୍ଗରେ ଥିବା ଇସ୍କନର ଭାରତ ମୁଖ୍ୟ, ଲୁଧିଆନା ଇସ୍କନକୁ ସୁପ୍ରିମକୋର୍ଟ ଓକିଲ ନୋଟିସ୍ ପଠାଇଛନ୍ତି ।

ସେହିଭଳି ଦେଖାଶିଖା ନ୍ୟାୟରେ ଚଳିତ ମାସ ୨୭ ତାରିଖରେ ସେହି ଲୁଧିଆନାରେ ଅସମୟରେ ରଥଯାତ୍ରା ଆୟୋଜନ କରୁଥିବା ଜଗନ୍ନାଥ ଫୁଡ୍ ଫର୍ ଲାଇଫକୁ ମଧ୍ୟ ନୋଟିସ ଯାଇଛି । କେଉଁ ଆଧାରରେ ଏମାନେ ଜଗନ୍ନାଥଙ୍କ ରଥଯାତ୍ରା ଶ୍ରୀକ୍ଷେତ୍ର ପୁରୀର ନିୟମ ଛାଡ଼ି ନିଜର ନୀତି, ତିଥିରେ କରୁଛନ୍ତି ତାହାର ଉତ୍ତର ମଗାଯାଇଛି ।

ଜଗନ୍ନାଥ ସଂସ୍କୃତି ଗବେଷକମାନେ ମଧ୍ୟ ଜଗନ୍ନାଥଙ୍କୁ ନେଇ ଏଭଳି ମନଇଚ୍ଛା କାର୍ଯ୍ୟର ନିନ୍ଦା କରିଛନ୍ତି । ଆଷାଢ ଶୁକ୍ଲ ଦ୍ୱିତୀୟାରେ ରଥଯାତ୍ରା କରିବା ଶାସ୍ତ୍ର ସମ୍ମତ ।

ପୁରୀ ସହ ବିଶ୍ୱର କୋଣ ଅନୁକୋଣରେ ଏହି ଦିନ ରଥାଯାତ୍ରା ପାଳିତ ହୁଏ । ହେଲେ ଲୁଧିଆନା ଇସ୍କନ କିନ୍ତୁ ନିଜ ସୁବିଧାରେ, ନିଜ ଇଚ୍ଛାରେ ରଥଯାତ୍ରା ପାଳିବାରେ – ଭକ୍ତି କମ୍ ବ୍ୟବସାୟିକ ମନୋବୃତ୍ତି ବେଶୀ ଥିବା ଆରୋପ ବି ଆସିଲାଣି । ସେପଟେ ଖୋଦ୍ ଭୁବନେଶ୍ୱର ଇସ୍କନ ଲୁଧିଆନା ଇସ୍କନର ଏଭଳି କାର୍ଯ୍ୟକୁ ନାପସନ୍ଦ କରିଛି ।

 ଗତବର୍ଷ ଡିସେମ୍ବର ମାସରେ ପଞ୍ଜାବର ଲୁଧିଆନାରେ ରଥଯାତ୍ରା ପାଳନ କରିଥିଲା ଇସ୍କନ । ଯାହାକୁ ପ୍ରତିବାଦ କରି ଖବର ପ୍ରସାରଣ କରିଥିଲା ନ୍ୟୁଜ୭ ।

ପୁରୀ ନୀତି ଆଧାରରେ କାର୍ଯ୍ୟକ୍ରମ କରିବାକୁ ଅନୁରୋଧ କରାଯାଇଥିଲା । ହେଲେ ଏଥର ବି ପ୍ରଥା, ପରମ୍ପରାକୁ ଜଳାଞ୍ଜଳି ଦେଇ ନିଜ ମନମାନିରେ ନଭେମ୍ବରରେ ରଥଯାତ୍ରା ପାଳନ କରୁଛି ଇସ୍କନ । ଏବେ ଲିଗାଲ ନୋଟିସ ପରେ ଇସ୍କନ ତାର କାର୍ଯ୍ୟଧାରା ବଦଳାଉଛି କି ନାହିଁ ତାହା ଉପରେ ହିଁ ନଜର। 

   Related Posts