କୃଷି ବିରୋଧୀ ବିଲ୍ ପ୍ରତ୍ୟାହାର ଦାବିରେ ପାଟଣାରେ ଗଣଆନ୍ଦୋଳନ, ଶତାଧିକ ପୁରୁଷ ଓ ମହିଳା ସାମିଲ

Published By : Prameya-News7 Bureau | September 25, 2020 IST

ପାଟଣା ୨୫।୯: କେନ୍ଦ୍ର ସରକାରଙ୍କ ଦୁଇ କୃଷି ବିରୋଧୀ ବିଲ୍ ପ୍ରତ୍ୟାହାର ଦାବିରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ମୁଖ୍ୟ କାର୍ଯ୍ୟାଳୟ ସ୍ଥିତ ବ୍ଲକ୍ ଛକଠାରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ  କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ବିଲ୍  ବିରୋଧରେ ଆନ୍ଦୋଳନ କରାଯାଇଛି । ପାଟଣା ବଜାର ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ଓ  ବ୍ଲକ ଛକଠାରେ ଏହି  ସଙ୍ଗଠନ ତରଫରୁ ରାସ୍ତା ରୋକ ଓ ପ୍ରତିବାଦ ସଭା କରାଯାଇଛି ।

{"id":334369,"sizeSlug":"large"}

ସେହିଭଳି ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା କଲେଜ ଛକଠାରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରତିବାଦ କରି ରାସ୍ତାରୋକ କରାଯାଇଛି । ପ୍ରେରିତ ବିଲକୁ ନିନ୍ଦା କରିବା ସହିତ ପ୍ରତିବାଦ ସଭା କରଯାଇଛି । ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ସହ ସଂଯୋଜକ ଉମା ଭାରତ, ଜିଲ୍ଲା ସହ ସଂଯୋଜକ ଖଗେଗେଶ୍ବର ମାହାନ୍ତ, ପାଟଣା ବ୍ଲକ ସଂଯୋଜକ ରାଜବଲ୍ଲଭ ମିଶ୍ର, ପାଟଣା ବ୍ଲକ ସହ ସଂଯୋଜକ ଭାବ ଗ୍ରାହୀ ମାହାନ୍ତ, ବ୍ଲକ ଉପଦେଷ୍ଟା ଗୌତମ ମାହାନ୍ତ, ରମାକାନ୍ତ ମାହାନ୍ତ, ସାହାରପଡା ସଂଯୋଜକ ବୀରେନ୍ଦ୍ର ମହାନ୍ତ, କୃଷକ ନେତା ଗୋବର୍ଦ୍ଧନ ମାହାନ୍ତ, ଦୁଃଶାସନ ମାହାନ୍ତ, ବ୍ରଜ ମାହାନ୍ତ ଓ ମୋହନ କୁମାର ନାୟକ ବିଲାସୀନି ମହାନ୍ତ ପ୍ରମୁଖ  ସାମିଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.