Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଡିଲର ଚୟନ ଓ ବିଭିନ୍ନ ଅନିୟମିତତା ନେଇ ଦିବାରାତ୍ର ଧାରଣା ୬ ଦିନରେ ପହଁଚିଲା, ପୁର୍ବତନ ବିଧାୟକ ଦେଲେ ସମର୍ଥନ

29/09/2021 at 8:59 PM

ନୀଳଗିରି,୨୯/ ୯: ଡିଲର ଚୟନରେ ଅନିୟମିତତା ଓ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଖାଦ୍ୟ ସୁରକ୍ଷାମଞ୍ଚ ବାଉଁଶବଣିଆ ତରଫରୁ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଦିବାରାତ୍ର ଧାରଣା ୬ଦିନରେ ପହଞ୍ଚିଛି । ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ହୋଇନଥିବା ବେଳେ ଆଜି ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ମୁଖ୍ୟମନ୍ତ୍ରୀଙ୍କୁ ଘଟଣାର ତଦନ୍ତ ପାଇଁ ଚିଠି ଲେଖିଛନ୍ତି ନୀଳଗିରିର ପୁର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ।

ସୂଚନାଯୋଗ୍ୟ ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅଧିନ ବାଉଁଶବଣିଆ ପଂଚାୟତ ଗୁହାଳିଆ, ସାନପାଟପୁର, ମାନଗଡ଼, କାଁଥିପଦା,କୁମ୍ବକହୁଣୀଆ,ଗୋବର୍ଦ୍ଧନପୁର, ଦକ୍ଷିଣ କୁଅଁରପୁର ରାଜସ୍ଵ ଗ୍ରାମର ହିତାଧିକାରୀ ମାନେ ବେଆଇନ ଭାବେ ରିଟେଲର ଚୟନ ହୋଇଥିବା ଅଭିଯୋଗ ଆଣିଥିଲେ। ଖାଦ୍ୟ ସାମଗ୍ରୀ ଯୋଗାଣରେ ଅନିୟମିତତା ଅଭିଯୋଗ ଉଠାଇବା ସହ  ରାସନକାର୍ଡ଼ କାଟିଦେବାର ମଧ୍ୟ ଧମକ ଦିଆଯାଉଥିବା କୁହାଯାଇଛି। ପୂର୍ବରୁ ଏଭଳି ଅଭିଯୋଗର ତଦନ୍ତ ପାଇଁ ଆନ୍ଦୋଳନ ହୋଇଥିବା ଵେଳେ ପୁଣି ଗତ ୨୪ ତାରିଖ ଠାରୁ ଖାଦ୍ୟ ସୁରକ୍ଷା ମଞ୍ଚ ତରଫରୁ ଉପଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେଇଥିଲେ।ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନହୋଇଛି ସେ ପର୍ଯ୍ୟନ୍ତ  ଧାରଣା ଚାଲୁ ରହିବ ବୋଲି ଚେତାବନୀ ଦିଆଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟନୁଷ୍ଠାନ ହୋଇନଥିବା ଜଣାପଡିଛି।

ଦିନକ ପୂର୍ବରୁ ଜିଲ୍ଲାପାଳ ଆସିଥିଲେ ମଧ୍ୟ ଘଟଣା ବିଷୟରେ ଶୁଣି ଗଲାବେଳେ ସେ ଉପଜିଲ୍ଲାପାଳଙ୍କୁ ଏ ବିଷୟରେ କହିଛି ବୋଲି କହି ପଳାଇ ଯାଇଥିଲେ। ହେଲେ ଆଜି ନୀଳଗିରିର ପୁର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଧାରଣା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ, ଯୋଗାଣମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗପତ୍ର ପ୍ରଦାନ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବିକରିଛନ୍ତି।

   Related Posts