Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ନିଯୁକ୍ତି ଓ ଥଇଥାନ ଦାବିରେ ୨ୟ ଦିନରେ ଧାରଣା

7/09/2020 at 11:37 AM

ଅନୁଗୁଳ ୦୭।୦୯: ନିଯୁକ୍ତି ଓ ଥଇଥାନ ଦାବି ନେଇ ଅନୁଗୋଳ ଜିଲ୍ଲା ହିଲୁଇ ଓ ଏକଡ଼ାଳ ଗ୍ରାମବାସୀଙ୍କ ଆନ୍ଦୋଳନ ଦ୍ବିତୀୟ ଦିନରେ ପହଞ୍ଚିଛି । ଅନନ୍ତ ଓ ଜଗନ୍ନାଥ କୋଇଲା ଖଣି କାର୍ଯ୍ୟ ବନ୍ଦ କରିଛନ୍ତି ହିଲୁଇ ଓ ଏକଡ଼ାଳ ଗ୍ରାମବାସୀ । ପ୍ରତିବାଦ କରି ଅନନ୍ତ ଟାଇମ ଅଫିସ ଏବଂ ଜଗନ୍ନାଥ CGM ଅଫିସ ଆଗରେ ଧାରଣାରେ ବସିଛନ୍ତି ।

ଜମି ଅଧିଗ୍ରହଣ ଆଇନ 2006 ପଲିସି ଅନୁସାରେ ଜମି ଅଧିଗ୍ରହଣ ପରେ କ୍ଷତିଗ୍ରସ୍ତଙ୍କୁ ଚାକିରି ଆଉ ଥଇଥାନ ଦେବାକଥା । କିନ୍ତୁ କିଛି ଲୋକଙ୍କୁ ଏ ପର୍ଯ୍ୟନ୍ତ ଚାକିରି ମିଳିନାହିଁ। ପାଖାପାଖି ୧୪୦ ଜଣଙ୍କୁ ଚାକିରି ଦେବା ବାକି ରହିଛି । ଏଥିପ୍ରତି MCL ଅବହେଳା କରିଥିବାରୁ ବାଧ୍ୟ ହୋଇ ଆନ୍ଦୋଳନ ଚଳାଇଥିବା ଗ୍ରାମବାସୀ କହିଛନ୍ତି ।  ଖଣି ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ଶାନ୍ତି ଶୃଙ୍ଖଳା ପାଇଁ ଖଣିରେ SDPO ଙ୍କ ସହ ୩ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

   Related Posts