Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ସୌନ୍ଦର୍ଯ୍ୟକରଣ ପାଇଁ ଉଚ୍ଛେଦ ହେଉଛି ବସ୍ତି, ମ୍ୟୁନିସିପାଲିଟି ଅଫିସ ଆଗରେ ଧାରଣା ଦେଲେ ବାସିନ୍ଦା

8/10/2021 at 10:20 PM

ଜଟଣୀ, ୦୮/୧୦: ଜଟଣୀ ରେଳବାଇ ଝୁମ୍ପୁଡ଼ି ବସ୍ତିବାସିନ୍ଦାଙ୍କର ଥଇଥାନ ଦାବିରେ ଆଜି ମହାତ୍ମାଗାନ୍ଧୀ ଓ ଲାଲବହାଦୂର ଶାସ୍ତ୍ରୀ କମିଟି ତରଫରୁ ଝୁମ୍ପୁଡ଼ିବସ୍ତି ବସିନ୍ଦାଙ୍କୁ ନେଇ ଜଟଣୀ ମ୍ୟୁନିସିପାଲିଟି ଅଫିସ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ସ୍ଥାନୀୟ ରେଳ ପ୍ରଶାସନ ତରଫରୁ ରେଳବାଇ ଅଞ୍ଚଳରେ ବେନିୟମ ଝୁମ୍ପୁଡ଼ିଗୁଡ଼ିକର ଉଚ୍ଛେଦ କରାଯିବା ସହ ସାମୂହିକ ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଚାଲୁରହିଛି। ଏଥିରେ କ୍ଷତିଗ୍ରସ୍ତ ହେଉଥିବା ଅନଧିକାର ଝୁମ୍ପୁଡ଼ି ବସିନ୍ଦାଙ୍କ ତରଫରୁ ବିରୋଧ କରାଯିବା ସହ ରାଜ୍ୟସରକାର ବସ୍ତିବାସିନ୍ଦାମାନଙ୍କୁ ଉପଯୁକ୍ତ ଥଇଥାନ କରିବାରେ ବିଫଳ ହୋଇଛନ୍ତି ବୋଲି ଦାବି ହେଉଛି।

ସ୍ଥାନୀୟ ମ୍ୟୁନିସିପାଲିଟି ପ୍ରଶାସନ ଓ ତହସିଲଦାରଙ୍କ ବୈମାତୃକ ମନୋବୃତ୍ତିକୁ ମହାତ୍ମାଗାନ୍ଧୀ ଓ ଲଲବହାଦୂର ଶାସ୍ତ୍ରୀ ସ୍ମୃତି କମିଟିର ସଭାପତି ବିଭୂତି ମିଶ୍ର ନିନ୍ଦା କରିବା ସହ ରାଜ୍ୟ ସରକାର କାଳକ୍ଷେପଣ ନକରି ତୁରନ୍ତ ସମ୍ପୃକ୍ତ ଝୁମ୍ପୁଡ଼ି ବସିନ୍ଦାମାନଙ୍କର ଥଇଥାନ କରି ସ୍ଥାୟୀ ପଟ୍ଟା ବଣ୍ଟନ କରିବାର ବ୍ୟବସ୍ଥା କରନ୍ତୁ  ବୋଲି ସେ କହିଛନ୍ତି।

   Related Posts