Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଜିଲ୍ଲା ସ୍ତରୀୟ କାଉନସେଲିଂ ବଦଳରେ ବ୍ଲକ ସ୍ତରୀୟ କରି ପଦୋନ୍ନତି ଦାବି, ଶିକ୍ଷକ ସଂଘର ଧାରଣା

27/10/2021 at 8:54 PM

ନବରଙ୍ଗପୁର, ୨୭/୧୦: ପ୍ରାଥମିକ  ଶିକ୍ଷକ  ପଦୋନ୍ନତିକୁ ନେଇ ଶିକ୍ଷକ ସଙ୍ଘର ଧାରଣା ନବରଙ୍ଗପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏହାକୁ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଆରମ୍ଭ ହୋଇଛି । ଶିକ୍ଷକ ମାନଙ୍କ ଦାବି ଅନୁସାରେ ଜିଲ୍ଲାସ୍ତରୀୟ କାଉନସେଲିଂ ବଦଳରେ ବ୍ଲକ ସ୍ତରୀୟ କାଉନସେଲିଂ କରିବାକୁ ସେମାନେ ଦାବି କରୁଛନ୍ତି । ଏହାକୁ ନେଇ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପୂର୍ବରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣୁନାହାନ୍ତି ତେଣୁ ଆଜିଠାରୁ ଶିକ୍ଷକ ସଂଘ ଧାରଣା ଦେବାକୁ ନିଷ୍ପତି ନେଇଛି ।

ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଆରମ୍ଭ ହୋଇଥିବା ଏହି ଧାରଣା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ଵୋଲି ଶିକ୍ଷକମାନେ କହିଛନ୍ତି । ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକ ସଂଘର ପଦୋନ୍ନତି ପାଇଁ ଜିଲ୍ଲା ସ୍ତରୀୟ କାଉନସେଲିଂ କରିବା ପାଇଁ  ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି ଏବଂ କାଉନସେଲିଂ ଦାୟିତ୍ୱ ବ୍ଲକ ଶିକ୍ଷାଧିକାରୀଙ୍କ ଉପରେ ରହିଛି କିନ୍ତୁ ନବରଙ୍ଗପୁର ଜିଲ୍ଲାରେ ତାହାର ବ୍ୟତିକ୍ରମ ଦେଖାଦେଇଥିବା ଜିଲ୍ଲା ପ୍ରାଥମିକ ସଂଘ ଅଭିଯୋଗ କରିଛି ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରି ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ କାଉନସେଲିଂ ଦାୟିତ୍ୱ ସମ୍ପୃକ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ନଦେଇ ସମଗ୍ର କାଉନସେଲିଂ ଦାୟିତ୍ୱ ନିଜେ କରୁଥିବା ଅଭିଯୋଗ କରିଛି ଶିକ୍ଷକ ସଂଘ । ଏଣୁ ତୁରନ୍ତ କାଉନସେଲିଂ ବ୍ୟବସ୍ଥା ବ୍ଲକ ସ୍ତରୀୟ କରିବା ଦାବିରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ଦେଇଛି ସଙ୍ଘ। ନଚେତ ଆଗାମୀ ଦିନରେ ଆନ୍ଦୋଳକୁ ଜୋରଦାର କରିବା ପାଇଁ ଚେତାବନୀ ଦେଇଛି ସଂଘ ।

   Related Posts