ହେଲମେଟ୍ ପିନ୍ଧି ନଥିବାରୁ ପୁଲିସ୍ କାଟିଲା ଚାଲାଣ, କ୍ଷୁବ୍ଧ ହୋଇ ରାସ୍ତା ଉପରେ ଲଙ୍ଗଳା ହୋଇଗଲେ ଯୁବକ

Published By : Prameya-News7 Bureau | July 20, 2020 IST

ଜୟପୁର ୨୦।୦୭: ରାଜସ୍ଥାନରେ ବିନା ହେଲ୍‌ମେଟ୍‌ରେ ବାଇକ୍‌ରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ଚାଲାଣ କାଟିବାରୁ ପୁଲିସକୁ ଅଜବ ସ୍ଥିତିର ସାମ୍ନା କରିବାକୁ ପଡିଛି। ବ୍ୟକ୍ତି ଜଣକ ପୁଲିସ, ପତ୍ନୀ-ପିଲା ଓ ସଭିଙ୍କ ସାମ୍ନାରେ ଗୋଟିଏ ଗୋଟିଏ କରି ନିଜର ସମସ୍ତ ପୋଷାକ ଖୋଲି ଲଙ୍ଗଳା ହୋଇଗଲେ। ଏହି ଅଜବ ଘଟଣା ରାଜସ୍ଥାନର ଭିଲଓ୍ଵାଡା ଜିଲ୍ଲାରେ ଘଟିଛି।

{"id":303054,"sizeSlug":"large"}

ଭିଲଓ୍ଵାଡାରେ ପୁଲିସକର୍ମୀ ବିନା ହେଲ୍‌ମେଟ୍‌ରେ ଯାଉଥିବା ଜଣେ ବାଇକ୍‌ ଆରୋହୀଙ୍କ ଚାଲାଣ କାଟିଥିଲେ। ଏଥିରେ କ୍ଷୁବ୍ଧ ହୋଇ ବ୍ୟକ୍ତିଜଣକ ନିଜର ସମସ୍ତ ପୋଷାକ ଖୋଲି ଦେଇ ହଙ୍ଗାମା କରିଥିଲେ। ବ୍ୟକ୍ତିଜଣକ ପାଟି କରି କହିଥିଲେ ଆମେ ଏତେ ସଚ୍ଚୋଟରେ ରହୁଛୁ, ତଥାପି ଆମକୁ ହଇରାଣ କରାଯାଉଛି। ଏତେ ଚାଲାଣ ଆଣିବି କେଉଁଠୁ। ମୁଁ ମୋ ପୋଷାକ ଖୋଲି ଦେଲି ପୁଲିସ ଯେତେ ମାଡ ମାରିବା କଥା ମାରୁ।

{"id":303055,"sizeSlug":"large"}

ସୂଚନା ଅନୁଯାୟୀ ମେଭାରାମ କୁମାବତ ନିଜର ପତ୍ନୀ ଓ ପିଲାଙ୍କ ସହ ବାଇକ୍‌ରେ ଯାଉଥିଲେ। ଏହି ସମୟରେ ଆଜମେର ଛକରେ ପୁଲିସକର୍ମୀ ହେଲମେଟ୍ ପିନ୍ଧି ନଥିବାରୁ ତାଙ୍କୁ ଅଟକାଇଥିଲେ। ଏହା ପରେ ଚାଲାଣ କାଟିଥିଲେ। ଏଥିରେ ବିଚଳିତ ହୋଇ ମେଭାରାମ ଠିଆ ଠିଆରେ ନିଜର ସାର୍ଟ ପେଣ୍ଟ ଖୋଲି ଲଙ୍ଗଳା ହୋଇ ଯାଇଥିଲେ। କେବଳ ଅଣ୍ଡରଓ୍ଵାୟର ଅବସ୍ଥାରେ ସଡକରେ ଛିଡା ହୋଇଥିଲେ।

{"id":303056,"sizeSlug":"large"}

ଉଲ୍ଲେଖଯୋଗ୍ୟ, ରାଜସ୍ଥାନ ସରକାର ନିକଟରେ ଚାଲାଣ ଦର ବୃଦ୍ଧି କରିଛନ୍ତି। ଏହି କାରଣରୁ ଲୋକଙ୍କୁ ମୋଟା ଅଙ୍କର ଚାଲାଣ ଭରିବା ମୁସ୍କିଲ ହୋଇ ପଡିଛି। ଏହାକୁ ନେଇ ଲୋକଙ୍କୁ ଅନେକ ଥର  ବିରୋଧ ପ୍ରଦର୍ଶନ ମଧ୍ୟ କରିବାକୁ ପଡିଛି।

{"id":303068,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.