ବିଏସଏଫ୍‌କୁ ଏକ୍ସଟ୍ରା ପାଓ୍ବାର: କେନ୍ଦ୍ରର ନିଷ୍ପତ୍ତକୁ ନେଇ ପଞ୍ଜାବରେ ତୀବ୍ର ବିରୋଧ, ଏମିତି ଦାବି କଲେ ଚନ୍ନି

Published By : Prameya-News7 Bureau | October 13, 2021 IST

ଚଣ୍ଡିଗଡ଼ ୧୩/୧୦:  ଅନ୍ତର୍ଜାତୀୟ ସୀମାକୁ ଲାଗିଥିବା ଅଞ୍ଚଳରେ ସୀମା ସୁରକ୍ଷା ବଳ (ବିଏସଏଫ୍‌)ର ଅଧିକାର କ୍ଷେତ୍ର ବୃଦ୍ଧିକୁ ପଞ୍ଜାବର କଂଗ୍ରେସ ସରକାର ତୀବ୍ର ବିରୋଧ କରିଛନ୍ତି। ଏହାସହ ଶିରୋମଣି ଅକାଳି ଦଳ (ଏସଏଡି) ମଧ୍ୟ ବିରୋଧ କରିଛି। ଦୁଇ ଦଳ କେନ୍ଦ୍ରର ଏହି ନିଷ୍ପତ୍ତିକୁ ସଙ୍ଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ ବୋଲି ଅଭିଯୋଗ କରିବା ସହ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।  

ରାଜ୍ୟର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଟ୍ବିଟ୍‌ କରି କହିଛନ୍ତି, ‘ବିଏସ୍‌ଏଫକୁ ବର୍ଡର ଏରିଆରେ ଏକ୍ସଟ୍ରା ପାଓ୍ବାର ଦେବାକୁ ମୁଁ ବିରୋଧ କରୁଛି। ଏହା ଦେଶର ସଙ୍ଘୀୟ ବ୍ୟବସ୍ଥା ଉପରେ ସିଧାସଳଖ ଆକ୍ରମଣ। ମୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରୁଛି ଏହି ନିର୍ଦେଶକୁ ତୁରନ୍ତ ପ୍ରତ୍ୟାହାର କରାଯାଉ।’

wp:html /wp:html

ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧୱା ମଧ୍ୟ ଏହାକୁ ସମାଲୋଚନା କରିବା ସହିତ ଏହା ଯୁକ୍ତି ସଂଗତ ନୁହେଁ ବୋଲି କହିଛନ୍ତି । ରାଜ୍ୟ ସରକାର ଓ ସଙ୍ଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିବା ଛଡ଼ା ଏହି ନିଷ୍ପତ୍ତି ନେବାର କୌଣସି ଔଚିତ୍ୟ ନାହିଁ ବୋଲି ସେ କହିବା ସହିତ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ପଞ୍ଜାବର କଂଗ୍ରେସ ସରକାରଙ୍କ ବ୍ୟତୀତ ଶିରୋମଣି ଅକାଳି ଦଳ(ଏସ୍‌ଏଡି) ଓ ଆମ ଆଦ୍‌ମୀ ପାର୍ଟି(ଆପ୍) ମଧ୍ୟ କେନ୍ଦ୍ରର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଦେଶର ଅନ୍ତର୍ଜାତୀୟ ସୀମାକୁ ଲାଗି ଥିବା ଅଞ୍ଚଳରେ ବିଏସଏଫକୁ ୧୫ କିମି ପରିଧିରେ ଯାଞ୍ଚ ଏବଂ ଗିରଫ କରିବାର କ୍ଷମତା ଥିଲା। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବେ ଏହି ପରିଧିକୁ ବଢ଼ାଇ ୫୦ କିମି କରିଦେଇଛନ୍ତି। ଏବେ ଦେଶର ଅନ୍ତର୍ଜାତୀୟ ସୀମାରୁ ୫୦ କିଲୋମିଟର ପରିଧିରେ ବିଏସଏଫ ଯବାନ ଯାଞ୍ଚ, ଜବତ ଏବଂ ଗିରଫଦାରୀ କରିପାରିବେ।

ଏହି କ୍ରମରେ ଅନ୍ତର୍ଜାତୀୟ ପରିଧିକୁ ଲାଗିଥିବା ରାଜ୍ୟ ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ଆସାମରେ ବିଏସଏଫକୁ ଅଧିକ ପାଓ୍ବାର ଦିଆଯାଇଛି। କିନ୍ତୁ ଗୁଜରାଟରେ ବିଏସଏଫଙ୍କ ଅଧିକାର କ୍ଷେତ୍ରକୁ କମ କରାଯାଇ ୮୦ କିମିରୁ ୫୦ କିମି କରାଯାଇଛି । ସେହିପରି ୫ଟି ପୂର୍ବୋତ୍ତର ରାଜ୍ୟ- ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା ଓ ମଣିପୁରରେ ବିଏସ୍‌ଏଫ୍ ଅଧିକାର ସୀମା ହ୍ରାସ କରାଯାଇ ୮୦ ରୁ ୨୦ କିମି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.