ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ଦାବିରେ ବ୍ଲକ ଅଫିସରେ ତାଲା

Published By : Prameya-News7 Bureau | September 09, 2021 IST

ମୋହନା ୦୯।୦୯: ଗଜପତି ଜିଲ୍ଲା ମୋହନା ବ୍ଲକରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ କୋଦଣ୍ଡ ପାଣିଗ୍ରାହୀଙ୍କ ବଦଳୀ ଦାବିରେ ବ୍ଲକ କାର୍ଯ୍ୟାଳୟ ରେ ତାଲା । ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ତାଲା ପକାଇବା ସହ ବ୍ଳକ କାର୍ଯ୍ୟାଳୟ ଫାଟକ ଆଗରେ ଧାରଣା ଦେଇଛନ୍ତି । ଏହି ଧାରଣାରେ ବ୍ଲକ ଅଧକ୍ଷା , ଉପାଧ୍ୟକ୍ଷ ଙ୍କ ସମେତ ସ୍ଥାନୀୟ ଜନ ପ୍ରତିନିଧି ସାମିଲ ହୋଇଥିଲେ ।

ସହକାରୀ ଯନ୍ତ୍ରୀ କୋଦଣ୍ଡ ପାଣିଗ୍ରାହୀ ବ୍ଲକରେ ଯୋଗଦେବା ଠାରୁ କୌଣସି ଉନୟନ କାର୍ଯ୍ୟ ହେଉନଥିବା ଜନପ୍ରତିନିଧି ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଗତ ତିନି ମାସ ହେଲା ବ୍ଲକରେ ଯୋଗ ଦେଇଛନ୍ତି ବୋଲି କହିଥିବା ବେଳେ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ବିଡ଼ିଓ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.