Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

‘କୋଭିଡ୍ ପୁରା ମିଛ, ଗୁଜବର ଷଡଯନ୍ତ୍ରକାରୀ ବିଲ୍ ଗେଟସ୍’ : ଲଣ୍ଡନରେ ୧୦ ହଜାର ଲୋକଙ୍କ ବିକ୍ଷୋଭ, ତୁରନ୍ତ ସବୁ କଟକଣା ହଟାଇବାକୁ ସରକାରଙ୍କ ନିକଟରେ ଦାବି

29/08/2020 at 10:16 PM

ଲଣ୍ଡନ, ୨୯|୦୮:  କରୋନା ଭାଇରସ ମିଛ । ଏପରି କିଛି ନାହିଁ ।  ବିଲ୍ ଗେଟସଙ୍କ ପାଇଁ ଏପରି ମିଛ କରୋନା ଭୟ ବାବଦରେ ପ୍ରଚାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ଏହାସହ ହଜାର ହଜାର ସଂଖ୍ୟାରେ ଲଣ୍ଡନର ଟ୍ରାଫାଲଗରରେ ରୁଣ୍ଡ ହୋଇ ଧାରଣା ଦେଇଛନ୍ତି । ଏପରିକି ଟିକାକରଣ ଓ ଲକଡାଉନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ୟୁନାଇଟ୍ ଫର୍ ଫ୍ରିଡମ୍ ନାମରେ ଏହି ରାଲି ଶନିବାର ଦ୍ୱିପ୍ରହରରେ ଆରମ୍ଭ ହୋଇଥିଲା । ଏହାସର ସ୍ଲୋଗାନ ରହିଛି ସରକାରଙ୍କ ମିଛକୁ ଶେଷ କରିବା । ପ୍ରାୟ ୧୦ ହଜାର ଆନ୍ଦୋଳନକାରୀ ଏହି ପ୍ରଦର୍ଶନରେ ସାମିଲ ହୋଇଥିଲେ ।

ସେମାନେ ଅଭିଯୋଗ କରିଛନ୍ତି ଯେ, ମାସ୍କ ପିନ୍ଧିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି କମିଯାଉଛି । ପିଲାମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରର ଡାଉନିଂ ଷ୍ଟ୍ରିଟରୁ ହାଉସ୍ ଅଫ୍ ପାର୍ଲାମେଣ୍ଚ ଯାଏଁ ଏହି ରାଲି ବାହାରିଥିଲା ।

କିଛି ଆନ୍ଦୋଳନକାରୀ କହିଛନ୍ତି ଯେ, ସରକାର ନିର୍ବାଚନ ଘୁଞ୍ଚାଇବାକୁ ଏପରି କରୁଛନ୍ତି । ଏପରିକି ଲକଡାଉନକୁ ବିରୋଧ କରୁଛନ୍ତି । ତେବେ ଇକେ ନାମକ ଜଣେ ବ୍ୟକ୍ତି ଯିଏ ଏହି ରାଲିର ନେତୃତ୍ୱ ନେଉଥିଲେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଫେସବୁକ ଓ ଟ୍ୱିଟର ଡିଲିଟ୍ କରିଦେଇଛି । କରୋନା ବାବଦରେ ମିଛ ଖବର ପ୍ରସାର ଅଭିଯୋଗରେ ତାଙ୍କ ଆକାଉଣ୍ଟ ଡିଲିଟ୍ କରାଯାଇଛି ।

   Related Posts