+୨ ଅଫଲାଇନ୍ ପରୀକ୍ଷାକୁ ବିରୋଧ, ଗୋପବନ୍ଧୁ ଛକରେ ୫ଟି କଲେଜର ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

Published By : Prameya-News7 Bureau | April 27, 2021 IST

ଯାଜପୁର ରୋଡ଼ ୨୭।୦୪: ଅଫଲାଇନ୍ ପରୀକ୍ଷାକୁ ବିରୋଧ । ଯାଜପୁରରେ ଦେଖାଦେଇଛି ଛାତ୍ର ଅଶାନ୍ତି। ଯୁକ୍ତ ୨ ଦ୍ୱିତୀୟ ବର୍ଷ ପରୀକ୍ଷା ବାତିଲ କରିବା ଦାବିରେ ଜିଲ୍ଲାର ୫ଟି କଲେଜର ଛାତ୍ରଛାତ୍ରୀଙ୍କ ପକ୍ଷରୁ ବ୍ୟାସନଗର ସ୍ଥିତ ଗୋପବନ୍ଧୁ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏପିରିକି ଛାତ୍ରଛାତ୍ରୀ ମାନେ ଟାୟାର ଜାଳି ରାସ୍ତା ମଧ୍ୟ ଅବରୋଧ କରିଛନ୍ତି । 

{"id":444967,"sizeSlug":"large","linkDestination":"none"}

ତେବେ ଗତ କିଛିଦିନ ତଳେ ଯୁକ୍ତ ୨ ଦ୍ୱିତୀୟ ବର୍ଷ ପରୀକ୍ଷା ଅଫଲାଇନ୍ ମାଧ୍ୟମରେ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଏହାକୁ ବିରୋଧ କରି ସାରା ରାଜ୍ୟରେ ଛାତ୍ରଛାତ୍ରୀ ମାନେ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଏହାର ପ୍ରଭାବ ଯାଜପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ମଙ୍ଗଳବାର ଦିନ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମେତ ମୋଟ ୫ଟି କଲେଜର ଶତାଧିକ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

{"id":444969,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ରାଜ୍ୟ ସରକାରଙ୍କ  ପକ୍ଷରୁ ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଛି । ତେଣୁ ମ୍ୟାଟ୍ରିକ ଭଳି ଯୁକ୍ତ ୨ ପରୀକ୍ଷାକୁ ବାତିଲ କରିବାକୁ ଛାତ୍ରୀଛାତ୍ରୀ ମାନେ ଦାବି ଜଣାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.