Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବେଦାନ୍ତ କାରଖାନାରେ କର୍ମଚାରୀଙ୍କ ମୃତ୍ୟୁ ଘଟଣା : କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ

31/07/2019 at 11:32 AM

ଝାରସୁଗୁଡା ୩୧|୭: ବେଦାନ୍ତ ଆଲୁମିନା କାରଖାନାର ରେଲୱେ ସାଇଡ଼ିଂରେ ଦୁର୍ଘଟଣାରେ କର୍ମଚାରୀଙ୍କ ମୃତ୍ୟୁ ପ୍ରତିବାଦରେ ଆନ୍ଦୋଳନ । କାରଖାନା ଗେଟରେ ତାଲା ପକାଇବା ସହ ମୃତଦେହ ରଖି ଆନ୍ଦୋଳନ କରୁଛନ୍ତି କର୍ମଚାରୀ । ଏଥି ସହ କ୍ଷତିପୂରଣ ଦାବି କରିଛନ୍ତି ।

ଗତକାଲି ରାତିରେ ବେଦାନ୍ତ ରେଲୱେ ସାଇଡିଂରେ ଦୁର୍ଘଟଣାରେ ମୁମତାଜ ଖାନ ନାମକ ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ମୁମତାଜ ରେଳବାଇ ସାଇଡ଼ିଂରେ ରେଳ ଇଞ୍ଜିନ ଓ ବଗି ମଝିରେ ସଂଯୋଗ କରୁଥିବା ବେଳେ ହଠାତ ମାଲବାହି ଟ୍ରେନ ନିୟନ୍ତ୍ରଣ ହରାଇବାରୁ ଉଭୟ ବଗି ମଝିରେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ସେଠାରୁ ପୁଣି ବୁର୍ଲା ସ୍ଥାନାନ୍ତର ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତାଙ୍କ ମୃତ୍ୟୁ ପ୍ରିବାଦରେ କର୍ମଚାରୀମାନେ ବେଦାନ୍ତ କାରଖାନାର ୧ ନମ୍ବର ଫାଟକ ସମ୍ମୁଖରେ କ୍ଷତିପୂରଣ ଦାବି ରେ ଆନ୍ଦୋଳନ ଜାରି ରଖିଛନ୍ତି ।

   Related Posts