ଦାୟିତ୍ବରେ ଅବହେଳା ଅଭିଯୋଗରେ ମେଡିକାଲ ପରିସରରେ ଡାକ୍ତରଙ୍କୁ ବିରୋଧ, ଘଟଣାସ୍ଥଳରେ ଉତ୍ତେଜନା
29/12/2020 at 3:45 PM

ମାଲକାନଗିରି ୨୯।୧୨: ମାଲକାନଗିରି ଜିଲ୍ଲା ଏମଭି ୭୯ ଗ୍ରାମର ମେଡିକାଲ ପରିସରରେ ଡାକ୍ତରଙ୍କୁ ବିରୋଧ କରି ଉତ୍ତେଜନା । କାଲିମେଳା ବ୍ଲକ୍ ଏମଭି ୭୯ ସାବେରୀ ସେବା ସଦନରେ କାର୍ଯ୍ୟରତ ଡାକ୍ତର ପ୍ରସନ୍ନଜିତ ରାୟ ନିଜ ଦାୟିତ୍ବରେ ଅବହେଳା ସାଙ୍ଗକୁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ ଆଜି ସ୍ଥାନୀୟ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଡାକ୍ତର ପ୍ରସନ୍ନଜିତଙ୍କ ବଦଳି ଦାବି କରିଥିଲେ। ଉତ୍ତେଜନା ଖବର ପାଇ ଏମଭି ୭୯ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଥିଲା ବେଳେ ବାରମ୍ଵାର ଡାକ୍ତରଙ୍କ ବିରୋଧରେ ଅଭିଯୋଗର ସ୍ବର ଶାଣିତ ହେବାରୁ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଶିବ ପ୍ରସାଦ ମହାରଣା ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।
Related Posts
ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
22 January 2021
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021