ପୁରୀରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ; ଅଭିଯୁକ୍ତକୁ ଗିରଫ ଦାବିରେ ଥାନାରେ ବିକ୍ଷେ।ଭ
9/09/2018 at 10:24 AM

ପୁରୀ ୯|୯: ନାବାଳିକାକୁ ଅସଦାଚରଣ ଅଭିଯେ।ଗ । ଗୁରୁମାଙ୍କ ସ୍ବାମୀ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯେ।ଗ ହେ।ଇଛି । ପୁରୀ କଣାସ ଅଁଳାଯୋଡି ଗାଁ ତଳସାହିର ଘଟଣା । ସବୁ ଦିନ ପରି ଝିଅକୁ ଟିଉସନ ଛାଡିଥିଲେ ପରିବାର ଲେ।କେ । ରାତି ୮ ଟାରେ ନାବାଳିକାଙ୍କ ବାପା ତାଙ୍କୁ ଆଣିବାକୁ ଯାଇଥିଲେ । ଏତିକିବେଳେ ଗୁରୁମାଙ୍କ ସ୍ବାମୀ ଅଭିମନ୍ୟୁ ସାହୁ ତାଙ୍କ ଝିଅ ସହ ଅସଦାଚରଣ କରୁଥିବା ଦେଖିଥିଲେ । ଏନେଇ ଥାନାରେ ଅଭିଯେ।ଗ କରିଛନ୍ତି ପରିବାର ଲେ।କେ । ତେବେ ଅଭିଯୁକ୍ତ ଅଭିମନ୍ୟୁ ଫେରାର ହୋଇ ଯାଇଛନ୍ତି । ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ପେ।ଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି । ସେପଟେ ଅଭିଯୁକ୍ତକୁ ଗିରଫ ଦାବିରେ ଥାନାରେ ବିକ୍ଷେ।ଭ କରିଛି ବିଜେପି ।