ନାଲକୋରେ ଶ୍ରମିକଙ୍କ ମୃତ୍ୟୁ ଘଟଣା : ପ୍ଲାଣ୍ଟ ଆଗରେ ଶବ ରଖି ପରିବାରଲୋକଙ୍କ ଧାରଣା

Published By : Prameya-News7 Bureau | August 02, 2019 IST

ଅନୁଗୋଳ ୨|୮: ନାଲକୋରେ ଶ୍ରମିକ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ନାଲକୋ ସ୍ମେଲଟର ଏବଂ ସିପିପି ଗେଟ୍ ବନ୍ଦ କଲେ ପରିବାର ଏବଂ ସ୍ଥାନୀୟ ଲୋକ । ଶ୍ରମିକ ମିଥୁନ ନାଥର ମୃତଦେହ ରଖି ଆନ୍ଦୋଳନ କରାଯାଇଛି । ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ପରିବାରର ଜଣକୁ ସ୍ଥାୟୀ ନିଯୁକ୍ତି ଦାବି କରିଛନ୍ତି ପରିବାରଲୋକ । ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଓ ସିଆଇଏସଏଫ ଯବାନ ମୁତୟନ କରାଯାଇଛି । ଗତ ୨୩ ତାରିଖରେ ନାଲକୋ ସ୍ମେଲଟର କାଷ୍ଟ ହାଉସରେ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ମିଥୁନ ନାଗ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

{"id":139860}

ଗତ ୨୩ ତାରିଖରେ ନାଲକୋ ସ୍ମେଲଟର କାଷ୍ଟ ହାଉସରେ ହୋଇଥିଲା ଦୁର୍ଘଟଣା । ୪ ଜଣ ଆହତ ହୋଇଥିଲେ । ମିଥୁନ ନାଥ ଗୁରୁତର ଥିଲେ । ପ୍ରଥମେ ଅଶ୍ଵିନୀ ପରେ ଦିଲ୍ଲୀରେ ହେଉଥିଲା ଚିକିତ୍ସା। କିନ୍ତୁ ଦିଲ୍ଲୀରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ଶବ ଅନୁଗୋଳ ଆସିବା ପରେ ସ୍ମେଲଟର ପ୍ଲାଣ୍ଟ ଆଗରେ ଶବ ରଖି ଧାରଣାରେ ବସିଛନ୍ତି। ଦାବି ମୁତାବକ ତାଙ୍କ ପରିବାରର ଜଣକୁ ସ୍ଥାୟୀ ନିଯୁକ୍ତି ଏବଂ ୩୦ ଲକ୍ଷ ଟଙ୍କା ରହିଛି । କିନ୍ତୁ ନାଲକୋ ନିୟମ ଅନୁସାରେ କେବଳ ୮ ଲକ୍ଷ ଟଙ୍କା ଦେବା ପାଇଁ କହୁଛି । ଏଥିରେ ଅସନ୍ତୁଷ୍ଟ ଅଛନ୍ତି ପରିବାର ଲୋକ। ଫଳରେ ପ୍ଲାଣ୍ଟ ଭିତରକୁ ବା ବାହାରକୁ କୌଣସି କର୍ମଚାରୀ ଯାଇ ପାରୁନାହାନ୍ତି। ଉତ୍ତେଜନା କଣ୍ଟ୍ରୋଲ ପୋଲିସ ଓ ସିଆଇଏସଏଫ ଯବାନ ମୁତୟନ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.