ଶହେ ପ୍ରତିଶତ ବିଦେଶୀ ପୁଞ୍ଜି ବିନିଯୋଗକୁ ବିରୋଧ : ଝାରସୁଗୁଡା ଜିଲ୍ଲାର ୧୧ଟି କୋଇଲା ଖଣି ସମ୍ପୂର୍ଣ୍ଣ ବନ୍ଦ

Published By : Prameya-News7 Bureau | September 24, 2019 IST

ଝାରସୁଗୁଡା ୨୪।୯: ଝାରସୁଗୁଡା କୋଇଲା ଖଣିରେ ଶହେ ପ୍ରତିଶତ ବିଦେଶୀ ପୁଞ୍ଜି ବିନିଯୋଗକୁ ବିରୋଧ କରି ଏମସିଏଲ ଅଧିନସ୍ଥ ଝାରସୁଗୁଡା ଜିଲ୍ଲାରେ ରହିଥିବା ୧୧ଟି କୋଇଲାଖଣିକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ସଂଯୁକ୍ତ ଶ୍ରମିକ ସଂଘ ମୋର୍ଚ୍ଚା।

{"id":161956}

ଗତକାଲିଠାରୁ ବିଏମଏସ ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ଆଜି ଏଚଏମଏସ, ଏଆଇଟିୟୁସି, ଓସିଏମଏସ ନେତୃତ୍ବରେ ଦିଆଯାଇଥିବା ଦିନିକିଆ ଆନ୍ଦୋଳନ ଡାକରା ଯୋଗୁଁ ବ୍ରଜରାଜନଗର ଓ ଲଖନପୁର ଅଞ୍ଚଳରେ ଥିବା ୧୧ଟି କୋଇଲା ଖଣିରେ ସମ୍ପୂର୍ଣ୍ଣ ଉତ୍ପାଦନ ବାଧାପ୍ରାପ୍ତ ହେବା ସହ ପରିବହନ ମଧ୍ୟ ବନ୍ଦ ରହିଛି।

{"id":161957}

ଏହି ଆନ୍ଦୋଳନ ଯୋଗୁଁ ଆଜି ଗୋଟିଏ ଦିନରେ ଶହେ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କ୍ଷତି ହେବ ବୋଲି ଆକଳନ କରାଯାଉଥିବା ବେଳେ ବିଏମଏସର ୫ ଦିନିଆ ଆନ୍ଦୋଳନ ଯୋଗୁଁ କ୍ଷତି ବଢିବା ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.