ଅଭିନବ ପ୍ରତିବାଦ, ଘର ଆଗରେ ଜମିଥିବା ଦୂଷିତ ପାଣିରେ ଶୋଇ ଜଣାଇଲେ ଦାବି

Published By : Prameya-News7 Bureau | December 06, 2021 IST

କଣ୍ଟାବାଞ୍ଝି ୦୬।୧୨ : ଅଭିନବ ଉପାୟରେ ପ୍ରତିବାଦ । ମଇଳା ପାଣି ନିଷ୍କାସନର ବ୍ୟବସ୍ଥା କରାଯିବା ଦାବିରେ ଦୂଷିତ ପାଣି ଶୋଇ ପ୍ରତିବାଦ କଲେ ବୃଦ୍ଧା । ନିଜ ଘର ଆଗରେ ଜମିଥିବା ପାଣିରେ କଲେ ଏପରି ପ୍ରତିବାଦ । ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚି ଧାରଣାରତ ବ୍ୟକ୍ତିଙ୍କୁ ବୁଝାସୁଝା କରୁଛନ୍ତି ।

ଖବର ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତୁରେଇକେଲା ପଞ୍ଚାୟତ ସଦର ଅଞ୍ଚଳରେ ଘଟିଛି ଏପରି ଘଟଣା । ସେହି ଅଞ୍ଚଳରେ ବାସ କରୁଥିବା ଟଙ୍କ ପୁଟେଲ ନାମକ ଜଣେ ବ୍ୟକ୍ତି ନିଜ ଘର ସମ୍ମୁଖରେ ଜମି ରହୁଥିବା ଦୂଷିତ ପାଣିରେ ଏପରି ଅଭିନବ ପ୍ରତିବାଦ କରିଛନ୍ତି । ଗାଁ ବସ୍ତି ଭିତରୁ ଦୂଷିତ ପାଣି ଆସି ତାଙ୍କ ଘର ସମ୍ମୁଖରେ ଗତ ୧୫ ଦିନ ହେବ ଜମି ରହୁଥିଲା । ଘର ସମ୍ମୁଖରେ ପାଣି ଜମି ରହୁଥିବାରୁ ମଶା-ମାଛି ବୃଦ୍ଧି ପାଇବା ସହ ଯିବା ଆସିବାରେ ଅସୁବିଧା ହେଉଥିଲା ।

wp:html /wp:html

ଏପରିକି ତାଙ୍କ ୮୦ ବର୍ଷର ବୃଦ୍ଧା ମା ଯିବା ଆସିବା ବେଳେ ଘର ସମ୍ମୁଖରେ ଜମା ହୋଇଥିବା ଦୂଷିତ ପାଣି ପଡିଯାଇ ଆହତ ହୋଇଥିଲେ । ତୁରନ୍ତ ଡ୍ରେନେଜ ମାଧ୍ୟମରେ ଦୂଷିତ ପାଣିକୁ ନିଷ୍କାସନ କରିବା ଦାବିରେ ଅଡ଼ି ବସିଛନ୍ତି । ଏପରିକି ଦୂଷିତ ପାଣିରେ ଶୋଇଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ  ଏବଂ କନିଷ୍ଠ ଯନ୍ତ୍ରୀ ପହଁଚି ବୁଝାସୁଝା କରିବା ସହ ଅଳ୍ପ ଦିନ ମଧ୍ୟରେ ଡ୍ରେନେଜ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଉଠିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.