ରେଳ ଡାକସେବା ମଣ୍ଡଳକୁ କଟକରୁ ଭୁବନେଶ୍ବର ସ୍ଥାନାନ୍ତର ପ୍ରତିବାଦରେ ଧାରଣା

Published By : Prameya-News7 Bureau | June 01, 2019 IST

କଟକ ୧|୬: ରେଳ ଡାକସେବା ମଣ୍ଡଳକୁ କଟକରୁ ଭୁବନେଶ୍ବର ସ୍ଥାନାନ୍ତର କରିବାକୁ ପ୍ରତିବାଦ କରାଯାଇଛି। କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ମହାସଂଘ ପକ୍ଷରୁ ଆଜି ଆରଏମଏସ୍ ଅଫିସ୍ ସମ୍ମୁଖରେ ଧାରଣା ଦିଆଯାଇଛି। ଧାରଣାରେ ସବୁ ରାଜନୈତିକ ଦଳର ପ୍ରତିନିଧି ସାମିଲ ହୋଇଥିଲେ । ଚକ୍ରାନ୍ତ କରି ଗୋଟିଏ ପରେ ଗୋଟିଏ ଅଫିସ୍ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଉଥିବା ଅଭିଯୋଗ କରିଛନ୍ତି ଧାରଣାକାରୀ ।

{"id":118394}

ବାତ୍ୟା ଫୋନିକୁ ଆଳ କରି ଏହି ଅଫିସଟିକୁ ଅସ୍ଥାୟୀ ନାମରେ ସବୁଦିନ ପାଇଁ ଭୁବନେଶ୍ବର ସ୍ଥାନାନ୍ତର ନେଇ ଚକ୍ରାନ୍ତ କରାଯାଇଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.