Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୫୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଡିସଚାର୍ଜ
  • ||
  • ବିଧାୟିକାଙ୍କ ଘର ଆଗରେ ବୋମାମାଡ଼, ଦୁଇ ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତକୁ ମିଳିଲା ଆଉ ଏକ ପଦକ, ୫୭ କେଜି କୁସ୍ତିରେ ରବି ଦାହିୟା ଜିତିଲେ ରୌପ୍ୟ ପଦକ
  • ||
  • ଜଗତସିଂହପୁର : ଶୁକ୍ରବାର ଖୋଲିବ ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ମନ୍ଦିର, ଖୋଲିବ ଗୋରେଖନାଥଙ୍କ ପୀଠ
  • ||
  • କଟକ : ସ୍କୁଟି ମିଳିଥିଲା ମଧୁସୂଦନ ସେତୁରୁ, ମୃତଦେହ ମିଳିଲା ଯୋବ୍ରା ଆନିକଟରୁ : ମଙ୍ଗଳବାରଠୁ ଥିଲେ ନିଖୋଜ
  • ||
  • ବଡବିଲ : ରାସ୍ତା କଡକୁ ଓଲଟି ହୁତୁହୁତୁ ହୋଇ ଜଳିଗଲା ହାଇୱା
  • ||
  • ଭୁବନେଶ୍ବର : ରାଜ୍ୟ ମାନବାଧିକାର ଆୟୋଗରେ ଅଗ୍ନିକାଣ୍ଡ, ଏସି ସଟ୍ ସର୍କିଟ୍‌ରୁ ନିଆଁ ଲାଗିଥିବା ସୂଚନା
  • ||
  • ରାଉରକେଲା : ବଡଧରଣର ଜିଏସ୍‌ଟି ଠକେଇ, ବନ୍ଧାହେଲା ୮୦ କୋଟି ଟଙ୍କା ଠକିନେଇଥିବା ଠକ
  • ||
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • କଟକ : ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||

ଦାବି-ଅଭିଯୋଗ କେହି ଶୁଣିଲେନି, କାଦୁଅ ପଚପଚ ରାସ୍ତାରେ ଚାଲି ବି ହେଲାନି, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ

7/08/2020 at 3:45 PM

ନୀଳଗିରି,୦୭|୦୮: ଗାଁକୁ ଭଲ ରାସ୍ତା ନାହିଁ । ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଅଭିନବ ଢଙ୍ଗରେ ଏହାର ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ରାସ୍ତାରେ ଧାନଗଛ ପୋତି ପ୍ରତିବାଦ କରିଛନ୍ତି । ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ସିଆଡିମାଳ ପଞ୍ଚାୟତର ସିତାପତିପୁର ଗାଁରେ ।

 ସରକାରଙ୍କ ଦ୍ୱାରା ଲୋକଙ୍କ ପାଇଁ ରହିଛି ଅନେକ ଜନକଲ୍ୟାଣକାରୀ ଯୋଜନା । ଗାଁ ଗାଁକୁ ପକ୍କା ରାସ୍ତାରେ ଯୋଡିବା ପାଇଁ ସରକାର ଉଦ୍ୟମ କରୁଛନ୍ତି । କିନ୍ତୁ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଏଭଳି ଏକ ଗାଁ ଅଛି ଯେଉଁଠି ପକ୍କା ରାସ୍ତା ଦୂରର କଥା ମାଟି ରାସ୍ତା ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ରହିଛି ।  ବାରମ୍ବାର ରାସ୍ତା ନିର୍ମାଣ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଗାଁ ଲୋକେ ରାସ୍ତାରେ ଧାନ ଗଛ ପୋତି ଅଭିନବ ପ୍ରତିବାଦ କରିଛନ୍ତି।

ସୂଚନାନୁସାରେ, ସିତାପତିପୁର ଗାଁରେ ନିତିଦିନିଆ ଯିବା ଆସିବା କରିବା ପାଇଁ ରାସ୍ତା ଖଣ୍ଡେ ନାହିଁ। ଯେଉଁ ମାଟି ରାସ୍ତା ଟି ଅଛି ତାହା ବର୍ଷାଦିନେ କାଦୁଅ ହୋଇଯାଉଛି। ଫଳରେ ଗାଡ଼ି ମୋଟର ଯିବା ଦୂରେ ଥାଉ, ଚାଲି କରି ଯିବା ମଧ୍ୟ ଅସମ୍ଭବ ହୋଇପଡୁଛି। ଲୋକେ ରୋଗ ବ୍ୟାଧିରେ ପଡ଼ିଲେ ଆମ୍ବୁଲାନ୍ସ ମଧ୍ୟ ଗାଁକୁ ଆସିପାରୁ ନାହିଁ । ପିଲାମାନେ ସ୍କୁଲକୁ ଯାଇପାରନ୍ତି ନାହିଁ। ଭଲ ରାସ୍ତା ଖଣ୍ଡେ ପାଇଁ ଗାଁ ଲୋକେ ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଉଚ୍ଚ ଅଧିକାରୀ, ବିଧାୟକ ଓ ମନ୍ତ୍ରୀଙ୍କୁ ବାରମ୍ବାର ଅନୁରୋଧ, ଗୁହାରୀ କଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। କେବଳ ଅନୁରୋଧ ନୁହେଁ ଏଥିପାଇଁ ଗାଁ ଲୋକେ ଆନ୍ଦୋଳନ ବି କରିଛନ୍ତି। କିନ୍ତୁ ତଥାପି ବିଭାଗ ନିଦାବିଷ୍ଣୁ। ତେଣୁ ବାଧ୍ୟ ହୋଇ ଲୋକେ ଶୁକ୍ରବାର ରାସ୍ତାରେ ଧାନ ରୋଇ ପ୍ରତିବାଦ ଜଣାଇଛନ୍ତି। ଏଭଳି ପ୍ରତିବାଦ କରି ସେମାନେ ପ୍ରଶାସନର ଦୃଷ୍ଟିଆକର୍ଷଣ କରିଥିବା କହିଛନ୍ତି।

   Related Posts