Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଆବାସିକ ସ୍କୁଲ ଉଚ୍ଛେଦକୁ ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ଆମରଣ ଅନଶନ

5/10/2020 at 4:56 PM

ଖଲ୍ଲିକୋଟ ୫।୧୦: ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ଦିବ୍ୟାଙ୍ଗମାନଙ୍କ ପାଇଁ ଉଦ୍ଧିଷ୍ଟ ସମର୍ଥ ଆବାସିକ ସ୍କୁଲ ଉଚ୍ଛେଦକୁ ବିରୋଧ କରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବ୍ୟାଙ୍ଗମାନେ ଆମରଣ ଅନଶନରେ ବସିଛନ୍ତି ।

ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘ ୧୯୮୬ ମସିହାରୁ ଜିଲ୍ଲାର ଅଗଣିତ ଭିନ୍ନକ୍ଷମ ପିଲାମାନଙ୍କୁ ଶିକ୍ଷା ଓ ଥଇଥାନ କରି ଆସୁଥିଲେ । ୨୦୦୦ ମସିହାରେ ତତ୍କାଳୀନ ଜିଲ୍ଲାପାଳ ଓ ଏସପିଙ୍କ ଦ୍ବାରା ପ୍ରଦାନ କରିଥିବା ଏକ କୋଠାରେ ସମର୍ଥ ନାମକ ଏକ ଆବାସିକ ଶିକ୍ଷାକେନ୍ଦ୍ର ଚାଲିଛି । ଯେଉଁଥିରେ ପ୍ରାୟ ୧୧୪ଜଣ ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ପିଲାମାନେ ଶିକ୍ଷାଲାଭ ସାଙ୍ଗକୁ ସମସ୍ତ ପ୍ରକାର ଆନୁସଙ୍ଗୀକ ବ୍ୟବସ୍ଥା ପାଇପାରୁଛନ୍ତି ।

ତେବେ ସଂପୃକ୍ତ ବିଦ୍ୟାଳୟଟି ଭାଙ୍ଗିରୁଜି ଯାଇଥିବା ଓ ଏଠାରେ ଏକ ଅତ୍ୟାଧୁନିକ ପାର୍କ ନିର୍ମାଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ଦିନ ମଧ୍ୟରେ ଖାଲି କରିବାକୁ ନୋଟିସ ଜାରି କରାଯାଇଛି । ୩ ଦିନ ମଧ୍ୟରେ ବିଦ୍ୟାଳୟ ଖାଲି କରିବା ସହ ଏହାକୁ ଭାଙ୍ଗିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଥିବାରୁ ସଂଘ ଏହାର ତୀବ୍ର ବିରୋଧ କରିଛି । ଏପରିକି ଗତ ୧୫ ଦିନ ପୂର୍ବରୁ ଉକ୍ତ ସ୍କୁଲର ବିଦ୍ୟୁତ ଓ ପାଣି ସଂଯୋଗ ପ୍ରଶାସନ ପକ୍ଷରୁ କାଟି ଦିଆଯାଇଛି । ଯେତେବେଳେ ଜିଲ୍ଲାପାଳ ନିଜ ସ୍ବାର୍ଥ ପାଇଁ ସରକାରୀ କୋଠାକୁ ବେସରକାରୀ ସ୍କୁଲ ପାଇଁ ଦେଇପାରୁଛନ୍ତି । ସେପରି ସ୍ଥଳେ ଗୋଟିଏ ସରକାରୀ ଅନୁଦାନ ପ୍ରାପ୍ତ ଭିନ୍ନକ୍ଷମ ଅନୁଷ୍ଠାନକୁ ଅଣଦେଖା କରିବା କେତେଦୂର ଠିକ୍ ବୋଲି ପ୍ରଶ୍ନ କରିଛନ୍ତି ସଂଘର ସଂପାଦକ କେ.ଆନନ୍ଦ ରାଓ  ।

ବହୁବାର ଏନେଇ କାକୁତି ମିନତି କରିବା ସହ ଗୁହାରୀ କଲେ ବି ସୁଦ୍ଧା କୌଣସି ନ୍ୟାୟ ନମିଳିବାରୁ ଆଜିଠାରୁ ଦାବି ପୂରଣ ନହେବା ଯାଏଁ ଅନସନ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ସଂଘର ସମ୍ପାଦକ । ତେବେ ସମ୍ପ୍ରତି ୨୦ବର୍ଷରୁ ଅଧିକ ହୋଇଥିବା ବେଳେ କୋଠାଟି ବିପଦ ସଙ୍କୁଳ ଅବସ୍ଥାକୁ ଦୃଷ୍ଟିରେ ରଖି ଅନୁଷ୍ଠାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

   Related Posts