ନିଯୁକ୍ତି ଓ ଥଇଥାନ ଦାବିରେ ଗ୍ରାମବାସୀଙ୍କ ଧାରଣା, ବନ୍ଦ କଲେ ଖଣି କାର୍ଯ୍ୟ

Published By : Prameya-News7 Bureau | September 06, 2020 IST

ଅନୁଗୋଳ, ୦୬|୦୯:  ନିଯୁକ୍ତି ଓ ଥଇଥାନ ଦାବିରେ ଅନନ୍ତ କୋଇଲା ଖଣି କାର୍ଯ୍ୟ ବନ୍ଦ କଲେ ଅନୁଗୋଳ ଜିଲ୍ଲା ହିଲୁଇ ଏକଡ଼ାଳ ଗ୍ରାମବାସୀ। ଏହାସହ ସେମାନେ ଅନନ୍ତ ଟାଇମ ଅଫିସ ଆଗରେ ଧାରଣାରେ ବସିଛନ୍ତି। ଜମି ଅଧିଗ୍ରହଣ ଆଇନ ୨୦୦୬ ପଲିସି ଅନୁସାରେ ଏହି ଗ୍ରାମର ଜମି  ଅଧିଗ୍ରହଣ ପରେ କ୍ଷତିଗ୍ରସ୍ତଙ୍କୁ ଚାକିରୀ ଏବଂ ଥଇଥାନ ନମିଳିବାରୁ ଏହି ଧାରଣା ଦିଆଯାଇଛି।

ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ,  କିଛି ଲୋକଙ୍କୁ ଏ ପର୍ଯ୍ୟନ୍ତ ଚାକିରୀ ମିଳିନାହିଁ। ପାଖାପାଖି ୧୪୦ ଜଣଙ୍କୁ ଚାକିରୀ ଦେବାକୁ ବାକି ଅଛି। ଏଥିପ୍ରତି ଏମସିଏଲ ଅବହେଳା କରିଥିବାରୁ ବାଧ୍ୟ ହୋଇ ଆନ୍ଦୋଳନ କରାଯାଉଛି ।

{"id":325924,"sizeSlug":"large"}

ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଏବଂ ଏମସିଏଲ କର୍ତ୍ତୃପକ୍ଷ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁଛନ୍ତି । ତେବେ ଏମାନଙ୍କର ଦାବିକୁ ଜିଲ୍ଲା ପ୍ରଶାସନ ଏବଂ ଏମସିଏଲ ଗ୍ରହଣ କରିନେବା ଉଚିତ ବୋଲି ବିଭିନ୍ନ ଶ୍ରମିକ ସଂଗଠନପରାମର୍ଶ ଦେଇଛନ୍ତି।

ସେପଟେ ଶାନ୍ତି ଶୃଙ୍ଖଳା ପାଇଁ ଖଣିରେ ଏସଡିପିଓଙ୍କ ସହ ୩ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ଅଛନ୍ତି। ଖଣିରେ ଚାପା ଉତ୍ତେଜନା ଲାଗି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.