ସ୍ୱାସ୍ଥ୍ୟ କେନ୍ଦ୍ରର ପୁନଃଉଦ୍ଧାର ଓ ସରକାରୀକରଣ ଦାବି ନେଇ ରାସ୍ତାରୋକ, ପ୍ରତିଶୃତି ପରେ ଉଠିଲା ଧାରଣା

Published By : Prameya-News7 Bureau | November 05, 2021 IST

ନୀଳଗିରି, ୫/୧୧: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ମିତ୍ରପୁର ଅଂଚଳରେ ଥିବା ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୁନଃଉଦ୍ଧାର କରିବା ସହ ସରକାରୀକରଣ କରିବା ଦାବି ନେଇ ଆନ୍ଦୋଳନ ଜୋରଦାର କରାଯାଇଛି। ସୂଚନାଯୋଗ୍ୟ ମିତ୍ରପୁର ଅଂଚଳରେ ଗତ ୨୦୦୪ ମସିହାରେ କିଛି ବ୍ୟବସାୟୀ ଓ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ମିତ୍ରପୁର ସ୍ୱାସ୍ଥ୍ୟ ସେବା ସଂସ୍ଥା ନାଁରେ ଦାତବ୍ୟ ଚିକିତ୍ସାଳୟ ଖୋଲା ଯାଇଥିଲା। ପୂର୍ବରୁ ନିଜସ୍ୱ ଖର୍ଚ୍ଚରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କୁ ଦରମା ଦିଆଯାଉଥିଲା। ହେଲେ ଏବେ ଖଣି ଖାଦାନ ବନ୍ଦ ହେତୁ ଆଉ ବ୍ୟବସାୟୀମାନେ ସହାୟତା କରି ପାରୁନାହାନ୍ତି। ତେଣୁ ଅବହେଳିତ ହୋଇ ପଡ଼ିଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଆଖପାଖ ୫ଟି ପଞ୍ଚାୟତର ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।

{"id":538838,"sizeSlug":"full","linkDestination":"none"}

କେନ୍ଦ୍ରଟି ଜରାଜୀର୍ଣ୍ଣ ଅବସ୍ଥାରେ ଗତି ମଧ୍ୟ କରୁଛି । ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଅଞ୍ଚଳବାସୀ ମିତ୍ରପୁର ଠାରେ ରାସ୍ତାରୋକ କରିଥିଲେ। ଏପରିକି ମିତ୍ରପୁର ବଜାରରେ ଥିବା ସମସ୍ତ ଦୋକାନୀମାନେ ମଧ୍ୟ ନୈତିକ ସମର୍ଥନ ଦେଇ ଦୋକାନ ବଜାର ବନ୍ଦ ରଖିଛନ୍ତି। ଘଟଣା ସ୍ଥଳରେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ପୁର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, କ୍ରସର ମାଲିକ ସଂଘ, ଟ୍ରକ ମାଲିକ ସଂଘ ମଧ୍ୟ ସମର୍ଥନ ଦେଇଥିଲେ। ପରେ ସିଡିଏମଓ, ଏଡିଏମଓ, ନୀଳଗିରି ଉପଜିଲ୍ଲାପାଳ ପହଁଞ୍ଚି ଖୁବଶୀଘ୍ର ପ୍ରତିକାର କରିବାକୁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.